ଭୟଙ୍କର ଅଗ୍ନିକାଣ୍ଡ : ୬ ତୀର୍ଥଯାତ୍ରୀ ମୃତ – Ibnodisha

[ad_1]
ନୂଆଦିଲ୍ଲୀ : ରବିବାର ମରିସସ୍ରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏଠାରେ ହିନ୍ଦୁ ସମ୍ପ୍ରଦାୟର ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ମରିସସ୍ ପୋଲିସ ଏହି ସୂଚନା ଦେଇଛି। ଏହି ଦୁର୍ଘଟଣା ଶିବରାତ୍ରି ପୂର୍ବର ଏକ ଉତ୍ସବ ସମୟରେ ଘଟିଛି। ପୋଲିସ କମିଶନର ଅନିଲ କୁମାର ଦୀପ କହିଛନ୍ତି ଯେ ହିନ୍ଦୁ ଦେବତାମାନଙ୍କ ମୂର୍ତ୍ତି ପ୍ରଦର୍ଶନ କରୁଥିବା ଏକ କାଠ ଓ ବାଉଁଶ ତିଆରି ଗାଡ଼ିରେ ନିଆଁ ଲାଗିଯାଇଥିଲା। ଖୋଲା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ସେଥ୍ରେ ନିଆଁ ଲାଗିଥିଲା। ଏହି ସମୟରେ ଅନେକ ତୀର୍ଥଯାତ୍ରୀ ନିଆଁ କବଳରେ ଆସିଯାଇଥିଲେ। ପୋଲିସ କମିଶନର କହିଛନ୍ତି, ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି। ବର୍ଭମାନ ସେମାନଙ୍କ ଚିକିତ୍ସା ଚାଲିଛି। ତୀର୍ଥଯାତ୍ରୀମାନେ ଶିବରାତ୍ରି ପୂର୍ବରୁ ଗ୍ରାଣ୍ଡ ବେସିନ ହ୍ରଦ ପର୍ଯ୍ୟନ୍ତ ପଦଯାତ୍ରା କରି ଯାଉଥିଲେ । ପୂର୍ବ ଆଫ୍ରିକୀୟ ଦ୍ବୀପ ରାଷ୍ଟ୍ରର ହିନ୍ଦୁ ସମ୍ପ୍ରଦାୟ ଏହାକୁ ପବିତ୍ର ବୋଲି ବିବେଚନା କରନ୍ତି ।
[ad_2]