ଦେଶ

କଡ଼ା ସୁରକ୍ଷା ମଧ୍ୟରେ ଅନ୍‌ସାରୀଙ୍କ ଶେଷକୃତ୍ୟ ସମ୍ପନ୍ନ; ଜିଲ୍ଲାପାଳ ଓ ସାଂସଦ ଭାଇଙ୍କ ମଧ୍ୟରେ ଉଚବାଚ – Ibnodisha

[ad_1]

ଗାଜିପୁର: ୬୩ ବର୍ଷୀୟ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ତଥା ରାଜନେତା ମୁଖତାର୍ ଅନ୍‌ସାରୀଙ୍କ ଶେଷକୃତ୍ୟ ଶନିବାର ଶେଷ ହୋଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ଶେଷକୃତ୍ୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦.୪୫ ମିନିଟ୍ ସମୟରେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି । ଦିନକ ପୂର୍ବେ ପୋଷ୍ଟମର୍ଟମ ପରେ ମୁୂଖତାରଙ୍କ ମୃତଦେହକୁ କଡାସୁରକ୍ଷା ବଳୟ (୧୦ହଜାରରୁ ଊର୍ଦ୍ଧ୍ୱ ସୁୂରକ୍ଷା କର୍ମୀ) ମଧ୍ୟରେ ଗାଜିପୁର ଜିଲ୍ଲା ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ମହମ୍ମଦାବାଦ୍‌ର ୟୁସୁଫପୁର ଅଣାଯାଇଥିଲା । ତେବେ ଆଜି ମୁଖତାର୍‌ଙ୍କ ମରଶରୀରକୁ କାଲିବାଗ୍ ଶ୍ମଶାନଘାଟରେ ଥିବା ତାଙ୍କ ବାପା ଓ ମା’ଙ୍କ କବର ପାଖରେ କବର ଦିଆଯାଇଛି ।

ଅନ୍ତିମ ସଂସ୍କାର ସମୟରେ ପ୍ରାୟ ୩୦ ହଜାରରୁ ଅଧିକ ସଂଖ୍ୟକ ଲୋକ କବଳସ୍ଥଳୀ ନିକଟରେ ଜମା ହୋଇ ମୁଖ୍‌ତାରଙ୍କ ଶେଷ ଦର୍ଶନ କରିବାର ଦେଖିବାକୁ ମିଳିଥିଲା । ମୁଖତାରଙ୍କ ମରଶରୀରକୁ କବରସ୍ଥଳକୁ ନେବା ବାଟରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯିବା ସହ ବ୍ୟାରିକେଡ୍ ଲଗାଯାଇଥିଲା । ସୂଚନାଯୋଗ୍ୟ, ଜେଲ୍‌ରେ ପ୍ରାଣ ହରାଇଥିବା କାରଣରୁ ମୁଖତାରଙ୍କ ପରିବାର ଲୋକେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏକ ୩ଜଣିଆ ନ୍ୟୟାିକ କମିଟି ଗଠନ କରିଥିବା ଏବଂ କମିଟିକୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ତେବେ ଏହି ସମୟରେ ମୁଖତାର୍‌ଙ୍କ ବଡ଼ ଭାଇ ତଥା ସାଂସଦ ଅଫଜଲ୍ ଅନସାରୀ ଏବଂ ଜିଲ୍ଲାପାଳ ଆର୍ଯ୍ୟକା ଅଖୌରୀଙ୍କ ମଧ୍ୟରେ ବଡ଼ ଧରଣର ପାଟିତୁଣ୍ଡ ହୋଇଥିବା ଜଣାପଡିଛି । କବର ଦେବା ସମୟରେ ସବୁଲୋକ ଯେତେବେଳେ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ମୁଖତାରଙ୍କ ମରଶରୀରରେ ମାଟି ଅର୍ପଣ କରୁଥିଲେ ସେତେବେଳେ ଜିଲ୍ଲାପାଳ ସମସ୍ତଙ୍କୁ ପଛକୁ ହଟିବା ପାଇଁ କହିଥିଲେ । ଏହାକୁ ନେଇ କିଛି ସମୟ ପାଇଁ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା । କିନ୍ତ ଜିଲ୍ଲା ପୁଲିସ୍ ଅଧିକାରୀ ପରିସ୍ଥିତିକୁ ସମ୍ଭାଳିନେଇଥିଲେ । ଗୁରୁବାର ସନ୍ଧ୍ୟା ୮.୨୫ ମିନିଟ୍ ସମୟରେ ବାନ୍ତି କରିବା ସହ ଅସୁସ୍ଥ ହୋଇପଡିଥିବା ଅନ୍‌ସାରୀଙ୍କୁ ଜେଲ୍ କର୍ତ୍ତୃପକ୍ଷ ରାଣୀ ଦୁର୍ଗାବତୀ ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୁଖତାର ଅନ୍‌ସାରୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମାଓ ବିଧାନସଭା ଆସନରୁ ୫ ପାଞ୍ଚ ଥର ବିଧାୟକ ରହିସାରିଥିବା ମୁଖତାର୍ ଅନ୍‌ସାରୀ ଗତ ୨୦୦୫ ମସିହାରୁ ଉତ୍ତରପ୍ରଦେଶ ଏବଂ ପଞ୍ଜାବର ଏକାଧିକ ଜେଲ୍‌ରେ କଏଦୀ ଜୀବନ କାଟିଆସୁଥିଲେ । ୧୫ରୁ ଅଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପର ଠାରୁ ସେ ଜେଲ୍‌ରେ ରହିଆସୁଥିଲେ । ତେବେ ଅନ୍‌ସାରୀଙ୍କ ପରଲୋକଗତ ସମ୍ବାଦ ପ୍ରସାରିତ ହେବା କ୍ଷଣି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ମାଉ ଏବଂ ଗାଜିପୁର ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯିବା ସହ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସେହିପରି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସିଆରପିଏଫ୍ ଯବାନ୍‌ଙ୍କୁ ମୁତୟନ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button