ରାଜ୍ୟ
ମେ ୧୦ରୁ ଭକ୍ତଙ୍କ ପାଇଁ ଖୋଲିବ କେଦାରନାଥ ମନ୍ଦିର – Ibnodisha

[ad_1]
ଉତ୍ତରାଖଣ୍ଡ : ଭକ୍ତଙ୍କ ପାଇଁ ଖୋଲିବ କେଦାରନାଥ ମନ୍ଦିର । ଆସନ୍ତା ମେ ୧୦ ତାରିଖ ସକାଳ ୭ଟାରୁ କେଦାରନାଥ ମନ୍ଦିରର ଦ୍ୱାର ଫିଟାଯିବ । ମନ୍ଦିରର ଦ୍ୱାର ଫିଟାଯିବାରେ ମଧ୍ୟ ରୀତିନୀତି , ପୂଜା କରାଯାଏ । ପରେ ଶ୍ରଦ୍ଧାଳୁମାନେ ବାବା କେଦାରନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଚାରିଧାମ ଦର୍ଶନ କଲେ ପୂଣ୍ୟଫଳ ରହିଥାଏ ବୋଲି ଲୋକମାନେ ବିଶ୍ୱାସ ରଖିଥାନ୍ତି । ଆସନ୍ତା ମେ ୧୦ରୁ କେଦାରନାଥ ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ଘୋଷଣା କରାଯାଇଛି । ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଚାରିଧାମର ଦ୍ବାର ବନ୍ଦ କରାଯାଇଥାଏ । ପ୍ରାୟ ୬ ମାସ ପରେ ମନ୍ଦିରର ଦ୍ବାର ଖୋଲାଯାଏ । ପ୍ରଭୁ ୬ ମାସ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରତିବର୍ଷ ଚାରିଧାମକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି । ଶୀତଦିନ ପାଇଁ କେଦାରନାଥ ମନ୍ଦିର ୬ ମାସ ପର୍ଯ୍ୟନ୍ତ ବନ୍ଦ ରହିଥାଏ । ମନ୍ଦିର ବନ୍ଦ କରିବା ପୂର୍ବରୁ ରୀତିନୀତି , ପୂଜା ଇତ୍ୟାଦି କରାଯାଇଥାଏ ।
[ad_2]