ଅପରାଧ
ଝରକା ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କା – Ibnodisha

[ad_1]
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଡ଼କାୟତ । ଦିନ ହେଉ ବା ରାତି ସବୁବେଳେ କରୁଛନ୍ତି ଲୁଟ । ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଜଗନ୍ନାଥ ବିହାରରେ ଲୁଟ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଘରେ କେହି ନ ଥିବାର ଫାଇଦା ଉଠାଇ ଘରର ଝରକା ଭାଙ୍ଗି ଘରେ ପଶି ଘରେ ଥିବା ସମସ୍ତ ଅଳଙ୍କାର ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଡ଼କାୟତ । ପରିବାର ଲୋକ ଘରକୁ ଫେରି ଘରେ ଦେଖନ୍ତି ତ, ଘରର ସମସ୍ତ ଜିନିଷ ପତ୍ର ଏଣେତେଣେ ହୋଇ ପଡିବା ସହିତ ଘରର ସମସ୍ତ ଟଙ୍କା ଓ ଅଳଙ୍କାର ଚୋରି ହୋଇଯାଇଛି । ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଘଟଣାସ୍ଥଳରେ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଛି । ସିସିଟିଭି ଫୁଟେଜରେ ଡ଼କାୟତର ସମସ୍ତ କାର୍ଯ୍ୟ କଏଦ ହୋଇଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
The post ଝରକା ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କା appeared first on ONA KHABAR.
[ad_2]