ଓଡ଼ିଶାର ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ଶିକ୍ଷାପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ- କଂଗ୍ରେସ – Ibnodisha

[ad_1]
ଭୁବନେଶ୍ୱର: ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ । ଜଣେ ଭିନ୍ନକ୍ଷମ ବିଦ୍ୟାର୍ଥୀ ମଧ୍ୟ ତାର ଶିକ୍ଷା ସାଧାରଣ ବିଦ୍ୟାର୍ଥୀପରି ପାଇବାର ଆବଶ୍ୟକତା ଅଛି ଏହା ତାର ମୌଳିକ ଅଧିକାର । ଓଡ଼ିଶାରେ ପ୍ରାୟ ୬୮୦୦୦ ସାଧାରଣ ବିଦ୍ୟାଳୟ ଅଛି ଏବଂ ୧,୪୬,୩୬୪ ଭିନ୍ନକ୍ଷମ ବିଦ୍ୟାର୍ଥୀ ସାଧାରଣ ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଛନ୍ତି କିନ୍ତୁ ସେମାନଙ୍କୁ ପାଠ ପଢ଼ାଇବାପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କର ଅଭାବ ରହିଛି ବୋଲି ପ୍ରଦେଶ କଂଗ୍ରେସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ୱାଳ କହିଛନ୍ତି ।
ଏହି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ରାୟକୁ ଖୁଲମଖୋଲା ଅବମାନନା କରୁଛନ୍ତି ରାଜ୍ୟ ସରକାର । ଶ୍ରୀ ବିଶ୍ୱାଳ କହିଛନ୍ତି ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ ଏବଂ ଅନ୍ତନିବେସି ଶିକ୍ଷା ନୀତି ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି । ରାଜ୍ୟ ସରକାର ଭିନ୍ନକ୍ଷମ ଅଧିକାର ଆଇନ ଅନ୍ତର୍ଗତ ନିୟମ ଲାଗୁତ କରିଛନ୍ତି କିନ୍ତୁ ଏହାକୁ ସଠିକରୂପେ ପରିଚାଳନ କରିବାପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହାନ୍ତି ଯାହା ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ଶିକ୍ଷାପାଇଁ ବୈମାତୃକ ମନୋଭାବ ପୋଷଣ କରିବାର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ବିଶ୍ୱାଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ଭାରତୀୟ ପୁର୍ନବାସ ପରିଷଦର ବୈଧାନିକ ରେ ଉଲ୍ଲେଖ ଅଛି ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ କେବଳ ସ୍ୱତନ୍ତ୍ର ଶିକ୍ଷାରେ ପ୍ରଶିକ୍ଷଣ ନେଇ ଭାରତୀୟ ପୁର୍ନବାସ ପରିଷଦରେ ନାମ ପଞ୍ଜିକରଣ କରିଥିବା ଶିକ୍ଷକହିଁ ଶିକ୍ଷାଦାନ କରିପାରିବେ କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ବି ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି ତାହାଲେ ବିଦ୍ୟାଳୟରେ ନାମ ଲେଖାଇଥିବା ୧,୪୬,୩୬୪ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଛନ୍ତି କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ୱାଳ । ଏହି ଦିଗରେ ମାନ୍ୟବର ସୁପ୍ରିମକୋର୍ଟ ଦୁଇବର୍ଷ ମଧ୍ୟରେ ୮ଥର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ତାଙ୍କର ଅପାରଗତାକୁ ଲୁଚାଇବାକୁ ଯାଇ ମିଥ୍ୟା ସତ୍ୟପାଠ ଦାଖଲ କରି ମାନ୍ୟବର ସୁପ୍ରିମକୋର୍ଟକୁ ଭ୍ରମିତ କରିବାପଇଁ ଯେଉଁ ଉଦ୍ୟମ କରୁଛନ୍ତି କଂଗ୍ରେସ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ୟାନେଲିଷ୍ଟ ଶୁଭେନ୍ଦୁ ଶେଖର ମଲ୍ଲିକ ଓ ଓଡ଼ିଶା ସ୍ୱତନ୍ତ୍ର ଶିକ୍ଷକ ସଂଘର ଯୁଗ ସଂପାଦକ ଆୟୁଷ୍ମାନ ଚୌଧୁରୀ ଉପସ୍ଥିତ ଥିଲେ ।
[ad_2]




