ରାଜ୍ୟ

ଟିଟିଲାଗଡ଼ ସଂଇତଳା ଠାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ – Ibnodisha

[ad_1]

ଭୁବନେଶ୍ୱର : ଆଜି ସଂଇତଳା ବ୍ଲକସ୍ଥିତ କଂଗ୍ରେସ ଭବନ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜେଡ଼ି ଓ ବିଜେପି ର ଭିତରି ସଂପର୍କକୁ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭାବେ ଅବିହିତ କରି କଟାକ୍ଷ କରିଥିଲେ । ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଟିଟିଲାଗଡ଼ର ସାମଗ୍ରୀକ ବିକାଶକୁ ଲଗାତାର ଭାବରେ ଅବେହଳା ପ୍ରଦର୍ଶନ କରିଛନ୍ତି । ବିଜେଡ଼ି ସରକାରଙ୍କ ୨୩ ବର୍ଷ ଶାସନରେ ସାଧାରଣ ଜନତାଙ୍କର ଯେତିକି ବିକାଶ ହୋଇନାହିଁ ତା’ଠାରୁ ଢ଼େର ଅଧିକା ଅବନତି ହୋଇଛି । ଏ ଦୁର୍ନୀତିଖୋର ସରକାରଙ୍କୁ ବିଦାୟ କରିବା ପାଇଁ ବର୍ତମାନ କଂଗ୍ରେସ କର୍ମୀ ଓ ନେତାଙ୍କ ପ୍ରଥମ କର୍ତବ୍ୟ । ଆଗାମୀ ନିର୍ବାଚନରେ କଂଗ୍ରେସ ୯୦ ରୁ ଅଧିକ ସିଟ୍‌ରେ ଜିତି ସରକାର ଗଠନ କରିବ ଏବଂ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ତେଣୁ ଆସନ୍ତୁ ସଂକଳ୍ପ ନେବା ଆମେ ସମସ୍ତେ ମିଶି ଏକାଠି ହୋଇ ବିଜେଡ଼ି ଓ ବିଜେପି ବିରୁଦ୍ଧରେ ସଂଗ୍ରାମ କରି କଂଗ୍ରେସ ଶାସନ କ୍ଷମତାକୁ ଫେରାଇ ଆଣିବା । ବିଜେଡ଼ି ଓ ବିଜେପି ରାଜ୍ୟ ଓ ଦେଶରେ ସବୁ କ୍ଷେତ୍ରରେ ବିଫଳ ହୋଇଥିବାବେଳେ ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ଉଭୟ ଦଳ ଲୋକଙ୍କୁ ମିଛି ପ୍ରତିଶ୍ରୁତି ଦେଇ ଶାସନ କ୍ଷମତା ଅକ୍ତିଆର କରିବାକୁ ଯେଉଁ ପ୍ରଚେଷ୍ଟା କରୁଛନ୍ତି ତାହା ରାଜ୍ୟବାସୀ ବୁଝିସାରିଲାଣି । ୨୪ ବର୍ଷ ଶାସନ କ୍ଷମତାରେ ଥିବା ବିଜେଡ଼ି ଦୁର୍ନୀତିକୁ ନିଜର ନିତିରେ ପରିଣତ କରିଛି ଯାହା ଉଚିତ୍ ଜବାବ ଆଗାମୀ ଦିନରେ ଜନତା ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ଜଜେ୍ଞଶ୍ୱର ବାବୁ ଯୋଗଦେଇ ବିଜେଡ଼ି ଦୁର୍ନୀତିରେ ରସାତଳକୁ ଯାଇଛି । ବିଜେଡ଼ିର ଏହା ଶେଷ ସମୟ ଜନସାଧାରଣ ଆଗାମୀ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ପ୍ରକାଶ କରିଛନ୍ତି । ସାଧାରଣ ଜନତାଙ୍କ ପାଇଁ ଯାହା ବିକାଶ ହୋଇଛି ତାହା କଂଗ୍ରେସ ସରକାର ସମୟରେ ହୋଇଛି ବୋଲି ପ୍ରକାଶ କରିଥିଲେ । ବ୍ଲକ ସଭାପତି ଜ୍ୟୋତ୍ରିମୟୀ ମହାନ୍ତି ସମ୍ମିଳନୀକୁ ପରିଚାଳନା କରିଥିବାବେଳେ ପ୍ରଦେଶ କଂଗ୍ରେସ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିସିସି ସାଧାରଣ ସମ୍ପାଦକ ବିଧୁ ଭୁଷଣ ତ୍ରିପାଠି, ପିସିସି ସଭ୍ୟ ଡମ୍ବରୁ ଛତ୍ରୀଆ, ସୁମନ ବେହେରା, ବ୍ଲକ ସଭାପତି ବିକାଶ ପାଣିଗ୍ରାହି, ଟାଉନ ସଭାପତି ପିନୁ ଆରଜୁଆଡ଼, ରାମେଶ୍ୱର ସାହୁ, ପୂର୍ବତନ ପିସିସି ସଂପାଦକ ବିରେନ୍ଦ୍ର ସାଗର, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସରୋଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ।
ଦୀପକ କୁମାର ମହାପାତ୍ର
ମିଡ଼ିଆ ସଂଯୋଜକ, ଓପିସିସି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button