ରାଜ୍ୟ

୨ ହାତୀଦାନ୍ତ ଜବତ, ୧୦ ଗିରଫ – Ibnodisha

[ad_1]

ବାରିପଦା: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଞ୍ଚଳରେ ଏକ ଯୋଡ଼ା ହାତୀଦାନ୍ତ କିଣିବା ପାଇଁ ମୂଲଚାଲ ଚାଲିଥିବା ବେଳେ ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୩୦.୯ କିଲୋଗ୍ରାମ ଓଜନର ଏକଯୋଡ଼ା ଅର୍ଥାତ୍‌‌ ଦୁଇଟି ହାତୀଦାନ୍ତକୁ ଜବତ ସହିତ ଦଶଜଣଙ୍କୁ ଗିରଫ କରାଯାଇଥିବା ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ଉପନିର୍ଦ୍ଦେଶକ ଡ. ଦେବଜେଡ଼ ସୂଚନା ଦେଇଛନ୍ତି।

ଏହି ଚଢ଼ାଉରେ ମିଳିତ ଭାବେ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡ ଏବଂ ରାଇରଙ୍ଗପୁର ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀ ପ୍ରମୁଖ ସାମିଲ ଥିଲେ। ଗିରଫ ଦଶଜଣଙ୍କ ମଧ୍ୟରେ ଶିକାରୀ ଓ ମଧ୍ୟସ୍ଥ ବ୍ୟକ୍ତି ରହିଥିବା ପ୍ରକାଶ। ଶିମିଳିପାଳର ଖେଜୁରୀ ଗ୍ରାମ ଓ ଯଶିପୁର ଅଞ୍ଚଳରୁ ଚାରିଜଣ ଲେଖାଏ ଥିବା ବେଳେ ବିଶୋଇ ଅଞ୍ଚଳର ଦୁଇଜଣ ଥିବା ଜଣାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button