ଦେଶ

ସୟଦ୍ ମୋହସିନ୍ ନକ୍‌ଭି ପିସିବିର ପୂଆ ଅଧ୍ୟକ୍ଷ – Ibnodisha

[ad_1]

ଇସ୍‌ଲାମାବାଦ: ସୟଦ୍ ମୋହସିନ୍ ନକ୍‌ଭି ମଙ୍ଗଳବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ନକ୍‌ଭି ପିସିବିର ୩୭ତମ ଅଧ୍ୟକ୍ଷ ହୋଇଥିବା ବେଳେ ସେ ଜକା ଅଶରଫ୍‌ଙ୍କ ସ୍ଥାନରେ ପଦଭାର ସମ୍ଭାଳିଛନ୍ତି । ଜକା ଅଶରଫ୍ ଜାନୁଆରୀ ୧୯ରେ ଲାହୋରରେ ମ୍ୟାନେଜିଂ କମିଟି ବୈଠକରେ ଅଧ୍ୟକ୍ଷତା କରିବା ପରେ ଇସ୍ତଫା ଦେଇଥିଲେ । ଏହା ପରଠାରୁ ବୋର୍ଡରେ ଅଧ୍ୟକ୍ଷ ଆସନ ଖାଲିପଡ଼ିଥିଲା । ଅଶରଫ୍ ୨୦୨୩ ଜୁଲାଇରେ ନଜମ ସେଠୀଙ୍କ ସ୍ଥାନରେ ପଦଭାର ସମ୍ଭାଳିଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ଚଳିତ ଫେବୃଆରୀରେ ଶେଷ ହେବାର ଥିଲା ।

୪୫ ବର୍ଷୀୟ ନକ୍ ବର୍ତ୍ତମାନ ପଞ୍ଜାବର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଅଛନ୍ତି । ତାଙ୍କୁ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ପାଇଁ ଜକା ଅଶରଫ୍ ଛାଡ଼ିଯାଇଥିବା ପଦ ପାଇଁ ମନୋନୀତ କରାଯାଇଥିଲା । ନକ୍‌ଭି ମଧ୍ୟ ୧୦ ଜଣିଆ ଅନ୍ତରୀଣ କମିଟି (ଆଇଏମ୍‌ସି)ର ସଦସ୍ୟ ଅଛନ୍ତି । ନକ୍‌ଭିଙ୍କ ବ୍ୟତୀତ ଅନ୍ୟ ଆଇଏମ୍‌ସି ସଦସ୍ୟ ହେଲେ କଲିମ ଆଲ୍ଲାହ ଖାନ୍‌, ଅଶଫାକ୍ ଅଖ୍‌ତର, ମହମ୍ମଦ ମୁସାଦିକ୍ ଇସ୍‌ଲାମ୍‌, ଅଜମଲ୍ ପରଭେଜ୍‌, ଜାହିର ଆଽାସ୍‌, ଖ୍ୱାଜା ନଦିମ୍‌, ମୁସ୍ତଫା ରାମ୍‌ଦେ, ଜୁଲ୍‌ଫିକର୍ ମଲିକ୍ ଏବଂ ଖୁର୍ରମ୍ କରିମ୍ ସୋମରୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button