ଖେଳ

ଜୁଲାଇରେ ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତ; ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ – Ibnodisha

[ad_1]

ମୁମ୍ବାଇ: ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ପରେ ଜୁଲାଇରେ ଜିମ୍ବାୱେ ଗସ୍ତ କରିବ । ଜିମ୍ବାୱେ କ୍ରିକେଟ୍ (ଜେଡ୍‌ସି) ଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ବୋର୍ଡ (ବିସିସିଆଇ) ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ଏହି ଗସ୍ତ ଅବସରରେ ଟିମ୍ ଇଣ୍ଡିଆ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ମ୍ୟାଚ୍‌ଗୁଡ଼ିକ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଜୁଲାଇ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଟିମ୍ ଇଣ୍ଡିଆ ଶେଷଥର ପାଇଁ ୨୦୨୨ରେ ଜିମ୍ବାୱେ ଗସ୍ତ କରିଥିଲା । ଏହି ଅବସରରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଟିମ୍ ଇଣ୍ଡିଆ ୩-୦ରେ ଜିତିଥିଲା । ସେହିପରି ଦୁଇ ଟିମ୍ ମଧ୍ୟରେ ଅନ୍ତିମ ଟି-୨୦ ସିରିଜ୍ ଭାରତରେ ୨୦୨୧ରେ ଆୟୋଜିତ ହୋଇଥିଲା । ଏଥିରେ ଟିମ୍ ଇଣ୍ଡିଆ ୨-୧ରେ ବିଜୟୀ ହୋଇଥିଲା ।

ଗସ୍ତ ସମ୍ପର୍କରେ ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହ କହିଛନ୍ତି, ବିଶ୍ୱ କ୍ରିକେଟ୍‌ରେ ଯୋଗଦାନ ଦେବାରେ ବିସିସିଆଇ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଆସିଛି । ବର୍ତ୍ତମାନ ଜିମ୍ବାୱେର ପୁନଃନିର୍ମାଣ ସମୟ ହୋଇଥିବାରୁ ଜିମ୍ବାୱେ କ୍ରିକେଟ୍‌କୁ ଆମର ସମର୍ଥନ ଆବଶ୍ୟକ । ଅନ୍ୟପକ୍ଷରେ ଜିମ୍ବାୱେ କ୍ରିକେଟ୍ ଅଧ୍ୟକ୍ଷ ତୱେଙ୍ଗ୍‌ୱା ମୁକୁହଲାନି କହିଛନ୍ତି, ଜୁଲାଇରେ ଭାରତ ବିପକ୍ଷ ଟି-୨୦ ସିରିଜ୍ ଆୟୋଜନକୁ ନେଇ ଆମେ ବିଲ୍‌କୁଲ୍ ରୋମାଞ୍ଚିତ । ଏହି ବର୍ଷ ଭାରତର ଏଠାକୁ ଆସିବା ଆମ ଦେଶ ପାଇଁ ସବୁଠୁ ବଡ଼ ଇଭେଣ୍ଟ୍‌ସ ମଧ୍ୟରୁ ଅନ୍ୟତମ ହେବ । ଆମେ ଉନ୍ନତି ପଥରେ ଥିବାରୁ ଗସ୍ତର ଗୁରୁତ୍ୱ ଓ ପରିଣାମ ଉପରେ ଜୋର୍ ଦିଆଯାଇନପାରେ । ଜିମ୍ବାୱେ କ୍ରିକେଟ୍ ଏବଂ ବିସିସିଆଇ ମଧ୍ୟରେ ଆଲୋଚନା ପରେ ଏହି ଗସ୍ତ ଉପରେ ମୋହର ଲାଗିଛି । ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଗସ୍ତର ଉଦ୍ଦେଶ୍ୟ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button