ଅପରାଧ

ଖୋଲୁଛି ଆତଙ୍କୀ ବୁଖାରୀର ଗୁମର; ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ ଲିଙ୍କ୍ ଥିବା ଫୋନ କଲ୍‌ରୁ ସ୍ପଷ୍ଟ – Ibnodisha

[ad_1]

ଭୁବନେଶ୍ୱର: ଯାଜପୁରରୁ ଗିରଫ ହୋଇଥିବା ଆତଙ୍କୀ ସଇଦ ଈଶାନ୍ ବୁଖାରୀର ଖୋଲିବାରେ ଲାଗିଛି ଗୁମର । ଭାରତରେ ରହି ଭାରତ ବିରୋଧରେ କରୁଥିଲା ବଡ଼ ଷଡ଼ଯନ୍ତ୍ର । ଓଡ଼ିଶାରେ ରହି ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ ଲିଙ୍କ ରଖିଥିବା ଫୋନ କଲ୍ ଯାଞ୍ଚରୁ ଜଣାପଡ଼ିଛି । ବୁଖାରୀକୁ ଇଣ୍ଟରନ୍ୟାସନାଲ୍ କଲ୍ ଆସୁଥିବା ସହ ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଟଙ୍କା କାରବାର । ଦ୍ୱିତୀୟ ଦିନର ତଦନ୍ତ ବେଳେ ଟେଲିଫୋନିକ କଲ୍ ଡିଟେଲସରୁ ଏସବୁ ଜଣା ପଡ଼ିଥିବା କହିଛନ୍ତି କ୍ରାଇମବ୍ରଞ୍ଚ ଏସ୍‌ପି କିଶୋର କୁମାର ପାଣିଗ୍ରାହୀ । ବୁଖାରୀ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଦେଶର ବହୁ ଗୁୁପ୍ତ ତଥ୍ୟ ଚାଟ୍ ମଧ୍ୟମରେ ଦେଇ ସେହି ଚାଟ୍ ହିଷ୍ଟ୍ରିକୁ ଡିଲିଟ୍ କରିଦେଇଥିବା ଆଶଙ୍କା କରାଯାଉଛି ।

ହେଲେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ କେଉଁ ତଥ୍ୟ ସେୟାର କରିଛି, ଦେଶର ସୁରକ୍ଷା ସଂପର୍କିତ ପ୍ରସଙ୍ଗ ଚାଟ୍ ହିଷ୍ଟ୍ରିରେ ରହିଛି କି ନା, ଆଉ କିଛି ବଡ଼ ସଡଯନ୍ତ୍ର କରିଛି କି, ଏଭଳି ଆଶଙ୍କା କରି ଜବତ ମୋବାଇଲରୁ ଡିଲିଟ୍ ଚାଟ୍ ହିଷ୍ଟ୍ରିକୁ ହାସଲ କରିବା ପାଇଁ ଫରେନସିକ୍ ଲ୍ୟାବର ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ତା’ସହ ଟେଲିକମ୍ କମ୍ପାନୀରୁ କଲ୍ ଡିଟେଲ୍ସ ରିପୋର୍ଟ(ସିଡିଆର) ଆସିଲେ ତା’ର ଆନାଲିସିସ୍ କରିବୁ ବୋଲି କହିଛନ୍ତି ଏସ୍‌ପି ଶ୍ରୀ ପାଣିଗ୍ରାହୀ । ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ସହ ଡାକ୍ତରୀ ଶିଖିଥିଲା, କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ ତାହା ୟୁଟ୍ୟୁବରୁ ହିଁ ଜାଣିଥିବା କୁହାଯାଉଛି । ୟୁଟ୍ୟୁବରୁ ଶିକ୍ଷିଥିବା ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବାର ତଥ୍ୟ ଏସଟିଏଫ୍ ହାତରେ ଲାଗିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ଏସଟିଏଫ୍ ହାତରେ ଲାଗିଛି । ଯେଉଁଥିରେ ହୋଇଥିବା ଅସ୍ୱାଭାବିକ ଟଙ୍କା କାରବାର ବିଷୟରେ ଅଧିକା ଜାଣିବା ପାଇଁ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବଗତ କରାଯାଇଛି । ଏବେ ଯାଜପୁର ଜେଲରେ ଥିବା ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆସନ୍ତାକାଲି ଆବେଦନ କରିବା ସହ ଦରକାର ପଡ଼ିଲେ ଏନଆଇଏ ଆସିପାରେ ବୋଲି ଏସପି ଶ୍ରୀ ପାଣିଗ୍ରହୀ କହିଛନ୍ତି । ବେଶୀ ପାଠ ପଢ଼ିନଥିବା ଆତଙ୍କୀ ବୁଖାରୀ ନିଜକୁ କିନ୍ତୁ କହୁଥିଲା ବଡ଼ ଅଫିସର ।

ତା’ର ବାକ୍ ଚାତୁରୀ ଏବଂ ଠକିବାର କଳା ଯୋଗୁ ବିବାହ କରିପାରିଛି ୬ ଜଣ ଯୁବତୀଙ୍କୁ । ସେମାନଙ୍କ ଠାରୁ ଅଛନ୍ତି ୭ଟି ଛୁଆ । ଦେଶର ବଡ଼ ବଡ଼ ଲୋକଙ୍କ ସହ ତା’ର ପରିଚୟ ଅଛି କହି ଲୋକଙ୍କ କାମ କରିଦେବା ଆଳରେ ଠକି ନେଇଛି ଲକ୍ଷ ଲକ୍ଷ ଟଙ୍କା । ବଡ଼ ବଡ଼ ଅଧିକାରୀମାନଙ୍କ ସହ ଦେଖା କରିବା କହି ହେଉ କି ସରକାରୀ ଆଳ ଦେଖାଇ ମାସରେ ୧୫-୨୦ ଦିନ ରାଜ୍ୟ ବାହାରକୁ ଚାଲିଯାଉଥିଲା ବୁଖାରୀ । ଏତେ ଦିନ ବାହାରକୁ ଯାଇ କଣ କରୁଥିଲା ସେ ବିଷୟରେ ତଥ୍ୟ ସଗ୍ରହ କରିବାରେ ଲାଗିଛି ଏସଟିଏଫ୍ । ୨୦୧୮ରେ ଓଡ଼ିଶା ଆସିଥିବା ବୁଖାରୀ ଛାଡ଼ପତ୍ର ପାଇଥିବା ଯାଜପୁର ଧର୍ମଶାଳା ନେଉଳପୁରର ଜଣେ ମହିଳାଙ୍କୁ ବିବାହ କରି ରହିଥିଲା ଡାକ୍ତର ରୂପରେ । ତା’ର କାର୍ଯ୍ୟକଳାପ ଉପରେ ନଜର ରଖି ତା ଘରେ ଚଢ଼ଉ କରି ବୁଖାରୀକୁ ଗିରଫ କରି ଯାଜପୁର ରଗଡ଼ି ଜେଲରେ ରଖାଯାଇଛି । ତେଣୁ ସେହି ଜେଲର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ଏବଂ କଡ଼ା ସୁରକ୍ଷା ବଳୟ ଭିତରେ ଆତଙ୍କୀ ବୁଖାରୀକୁ ରଖାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button