ଅପରାଧ

୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ; ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର – Ibnodisha

[ad_1]

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ମାଫିଆମାନେ ବୋଲେରୋରେ ଗଞ୍ଜେଇ ନେଇ ଚମ୍ପଟ ମାରୁଥିଲେ। ପୁଲିସ ପିଛା କରିବାରୁ ଭାରସାମ୍ୟ ହରାଇ ଦୋକନରେ ପିଟିହେଲା ବୋଲେରୋ। ଆଜି ଭୋରରୁ ରେଙ୍ଗାଲି ରାସ୍ତାରେ ପୁଲିସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲା। ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନଟି ରେଙ୍ଗାଲି ରାସ୍ତା ଦେଇ ଯିବାବେଳେ ପୁଲିସ ଗାଡ଼ିକୁ ପିଛା କରିଥିଲା। ଗଞ୍ଜେଇ ମାଫିଆମାନେ ପୁଲିସକୁ ଦେଖି ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ। ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲେ। ଶେଷରେ ବୋଲେରୋଟି ଭାରସାମ୍ୟ ହରାଇ ଦୋକାନରେ ପିଟି ହୋଇଯାଇଥିଲା। ବୋଲେରୋରେ ଥିବା ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିରୁ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଅନୁମାନ କରାଯାଉଛି। ଗଞ୍ଜେଇ ମାଫିଆମାନେ ବଲାଙ୍ଗିର ଦେଇ ଛତିଶଗଡ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button