ଅପରାଧ

ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲଙ୍କ ସମେତ ୨ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ – Ibnodisha

[ad_1]

ସୋନପୁର : ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ୧୦୦ ସିଟ୍ ବିଶିଷ୍ଟ ୪ଟି ହଷ୍ଟେଲ ନିର୍ମାଣ କାମରେ ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହା ସହିତ ତାଙ୍କଠାରୁ ପାୱାର ଅଫ୍ ଅଟର୍ଣ୍ଣି ପାଇଥିବା ଦୀପକ କୁମାର ଅଗ୍ରୱାଲଙ୍କୁ ବାନ୍ଧିଛି ଭିଜିଲାନ୍ସ। ୧୦୦ ସିଟ୍ ବିଶିଷ୍ଟ ୪ଟି ହଷ୍ଟେଲ ନିର୍ମାଣ କାର୍ଯ୍ୟରେ ସରକାରୀ ଅର୍ଥର ବ୍ୟାପକ ଅନିୟମିତତା କରାଯାଇଥିବା ଓ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଏହା ପରେ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ଏହି ୪ଟି ଯାକ ହଷ୍ଟେଲକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବୈଷୟିକ ଟିମ୍ ଜାଣିବାକୁ ପାଇଲା ଯେ ହଷ୍ଟେଲରେ ବହୁତ ସ୍ଥାନରେ ଫାଟ ସୃଷ୍ଟି ହୋଇଛି, କାନ୍ଥ ଓ ଛାତରୁ ପାଣି ଲିକ୍‌ କରୁଛି ଏବଂ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହୋଇଛି। ଭଲ ବ୍ରାଣ୍ଡର ଇଲେକ୍ଟ୍ରି ବୋର୍ଡ, ସୁଇଚ୍ ସହିତ ସାନିଟାରୀ ଫିଟିଙ୍ଗସ ବ୍ୟବହାର କରିବାକୁ କୁହାଯାଇଥିଲେ ହେଁ ସେ ସବୁର ଉଲ୍ଲଂଘନ କରାଯାଇଥିବା ଭିଜିଲାନ୍ସର ବୈଷୟିକ ଟିମ୍ ଜାଣିବାକୁ ପାଇଥିଲା। ଏଥିଯୋଗୁ ସରକାରଙ୍କର ବହୁ କ୍ଷତି ହୋଇଥିବା ବେଳେ ଭିଜିଲାନ୍ସ ବିଜୟ ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲଙ୍କ ସମେତ କିଛି ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଭିଜିଲାନ୍ସ ତଦନ୍ତ ଆରମ୍ଭ କରିବା ମାତ୍ରେ ବିଜୟ ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲ ବଲାଙ୍ଗିର ସ୍ଥିତ ସେମାନଙ୍କ ବାସଭବନରୁ ଫେରାର ହୋଇଯାଇଥିଲା। କିନ୍ତୁ ସେମାନଙ୍କୁ ରାଉରକେଲାରୁ ଗିରଫ କରିବାରେ ସଫଳ ହୋଇଥିଲା ଭିଜିଲାନ୍ସ ଟିମ୍। ସେମାନଙ୍କୁ କଟକ ଆଣି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button