ଅପରାଧ

ଜମି ଘୋଟାଲା ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ, ୨୪ ତାରିଖରେ ହାଜର ହେବାକୁ କହିଲା ଇଡି – Ibnodisha

[ad_1]

ଝାରଖଣ୍ଡ : ଜମି ଘୋଟାଲା ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ ପଠାଇଛି । ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିବା ବେଳେ ହେମନ୍ତ ସୋରେନ ଏହାକୁ ଏଡ଼ାଇ ଯାଇଥିଲେ। କିନ୍ତୁ କିଛି ଜରୁରୀ କାମ କହି ଇଡି ସାମ୍ନାରେ ହାଜର ହେଇନଥିଲେ ସୋରେନ ।ପୂର୍ବରୁ ଅନେକ ଥର ଇଡି ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଡାକି ସାରିଛି। ଏହା ପୂର୍ବରୁ ୨୦୨୨ ମସିହା ନଭେମ୍ବରରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଅବୈଧ ଖନନ ମାମଲାରେ ପଚରାଉଚରା କରିଥିଲା। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଇଡି ଏବେ ହେମନ୍ତ ସୋରେନଙ୍କୁ ଘେରିଛି।ଜମି ଦୁର୍ନୀତି ମାମଲାରେ ଏ ଯାବତ ୧୪ ଜଣ ଗିରଫ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ବହୁ ଜଣ ମୁଖ୍ୟମନ୍ତ୍ରୀଙ୍କ ଖାସ୍‌ ଲୋକ ଥିବା ଜଣାଯାଇଛି। ପ୍ରେମ ପ୍ରକାଶ, ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଛବି ରଂଜନ, କୋଲକତା ବ୍ୟବସାୟୀ ଅମିତ ଅଗ୍ରଓ୍ଵାଲ ଇତ୍ୟାଦି ସାମିଲ ରହିଛନ୍ତି । ଏହି ମାମଲାରେ ପଚରାଉଚରା ସମୟରେ କିଛି ରାଜନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ।ସୂଚନାଯୋଗ୍ୟ, ରାଞ୍ଚିର ଚେଶାୟର ହୋମ ରୋଡରେ ଥିବା ସରକାରୀ ଓ ସେନାର ଜମିକୁ ମିଥ୍ୟା ଦଲିଲ ଦେଇ କିଣିବା ସହ ବିକିଥିବା ନେଇ ମାମଲା ରୁଜୁ ହୋଇଛି। ଏହାର ଯାଞ୍ଚ ହୋଇ ସେନା ଜମିକୁ ଅବୈଧ ରୂପେ କବଜା କରାଯାଇଥିବା ରିପୋର୍ଟ ଦିଆଯାଇଛି। ଏନେଇ ରାଞ୍ଚି ନଗର ନିଗମ ମାମଲା ରୁଜୁ କରିଥିବା ବେଳେ ପରେ ଏବେ ଇଡି ଯାଞ୍ଚ କରୁଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button