ମନୋରଞ୍ଜନ

୩୮ତମ ବିବାହବାର୍ଷିକୀ ପରେ ଚର୍ଚ୍ଚାରେ ମୁକେଶ ଓ ନୀତା ଅମ୍ବାନୀ – Ibnodisha

[ad_1]

ମୁମ୍ବ‌ାଇ: ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ଦମ୍ପତି। ସେମାନଙ୍କ ନମ୍ର ଭାବ ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ।

ମୁକେଶ ଅମ୍ବାନୀ ତାଙ୍କର ବ୍ୟବସାୟ ପାଇଁ ଜଣାଶୁଣା ଥିବା ବେଳେ ନୀତା ଅମ୍ବାନୀ ତାଙ୍କ ସ୍ୱାମୀଙ୍କୁ ସବୁ କ୍ଷେତ୍ରରେ ସମର୍ଥନ କରି ଆଜି ପର୍ଯ୍ୟନ୍ତ ଆଗେଇ ଚାଲିଛନ୍ତି। ଯେଉଁଥିପାଇଁ ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର ଧରିଥାଏ। ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ୩୮ ବର୍ଷ ହେବ ପତି-ପତ୍ନୀ ହୋଇ ରହିଛନ୍ତି। ମୁକେଶ ନୀତାଙ୍କୁ ଟ୍ରାଫିକରେ ପ୍ରେମ ପ୍ରସ୍ତାବ ଦେଇଥିଲେ। ଦୁହିଁଙ୍କ ପ୍ରେମକାହାଣୀ ଆଜି ବି ଚର୍ଚ୍ଚାରେ ରହିଥାଏ।

ଏହି ଧନୀ ଦମ୍ପତିଙ୍କ ବିବାହ ୧୯୮୫ ମସିହା‌ରେ ଧୁମଧାମରେ ସମ୍ପର୍ଣ୍ଣ ହୋଇଥିଲା। ଚଳିତବର୍ଷ ମାର୍ଚ୍ଚ ୮ରେ ଦୁହେଁ ନିଜର ୩୮ତମ ବିବାହବର୍ଷିକୀ ପାଳନ କରିଥିଲେ। ଏହି ଉତ୍ସବରେ ସବୁକିଛି ସ୍ବତନ୍ତ୍ର ରହିଥିଲା।  ତେବେ ସବୁଠାରୁ ନୀତା ଓ ମୁକେଶଙ୍କ ବିବାହବାର୍ଷିକୀ ପାଇଁ ପ୍ରସ୍ତୁତ ହୋଇଥିବା କେକ୍ ଆକର୍ଷଣୀୟ ଥିଲା। ଯାହାର ଏକ ଫଟୋ ଫ୍ୟାନ ପେଜରେ ସେୟାର କରାଯାଇଥିଲା। ଏହି ଫଟୋ ଏବେ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହୋଇଯାଇଛି।

ତେବେ ୩୮ତମ ବିବାହ ବାର୍ଷିକୀ ପାଳନ କରିଥିବା ମୁକେଶ ଓ ନୀତା ଅମ୍ବାନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କୁ ଯିଏ ଦେଖୁଛନ୍ତି ସିଏ ପ୍ରଶଂସା କରି ରହି ପାରୁ ନାହାନ୍ତି। କାରଣ ବିବାହକୁ ଏତେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଦୁହିଁଙ୍କ ମଧ୍ୟରେ ଉଚିତ ବୁଝାମଣା ରହିଛି। ଦୁହେଁ ନିଜନିଜ ଜୀବନରେ ଖୁବ ବ୍ୟସ୍ତ କିନ୍ତୁ ତା’ପରେ ବି ପରସ୍ପରକୁ ସମୟ ଦେବାକୁ ଦୁହେଁ କେବେ ଭୁଲନ୍ତି ନାହିଁ। ଯାହାବି କିଛି କରିବାର ଥାଏ ଦୁହେଁ ବସି ଆଲୋଚନା କରିବା ପ‌‌ରେ ହଁ ଆଗକୁ ବଢ଼ି ଥାଆନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button