ଦେଶ

ହମାସ୍ କମାଣ୍ଡରଙ୍କ ଚେତାବନୀ: ସାରା ବିଶ୍ୱରେ ଚାଲିବ ଆମ ରାଜ୍‌ – Ibnodisha

[ad_1]

ବ୍ୟୁରୋ: ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଉଭୟ ପକ୍ଷ ଲଗାତାର ଭାବେ ପରସ୍ପରଠାରୁ ପ୍ରତିଶୋଧ ନେଉଛନ୍ତି । ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ହମାସ୍ କମାଣ୍ଡର ମହମୁଦ୍ ଅଲ୍‌-ଜହରଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି । ଯେଉଁଥିରେ ସାରା ବିଶ୍ୱରେ ତାଙ୍କ ସଂଗଠନର ରାଜ୍ ଚାଲିବ ବୋଲି କହୁଥିବା ଦେଖିବାକୁ ମିଳିଛି । ହମାସ୍ କମାଣ୍ଡର କହିଛନ୍ତି, ସାରା ବିଶ୍ୱ ତାଙ୍କ ସଂଗଠନର ଶାସନ, ନିୟମ ଅଧୀନରେ ରହିବ ।

କୌଣସି ଯିହୁଦୀ କିମ୍ବା ଖ୍ରୀଷ୍ଟିଆନ୍ ଦେଶଦ୍ରୋହୀ ରହିବେ ନାହିଁ । ହମାସ୍ କେବଳ ପାଲେଷ୍ଟାଇନ ନୁହେଁ ସାରା ବିଶ୍ୱକୁ ଆଜାଦୀ ଦେବ । ହମାସ୍ କମାଣ୍ଡର ମହମୁଦ୍ ଅଲ୍‌-ଜହରଙ୍କ ୧ ମିନିଟ୍‌ର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସେ ଆହୁରି କହିଛନ୍ତି ଯେ, ଇସ୍ରାଏଲ୍ କେବଳ ସେମାନଙ୍କର ପ୍ରାରମ୍ଭିକ ଲକ୍ଷ୍ୟ ଥିବାବେଳେ ସାରା ବିଶ୍ୱରେ ରାଜ୍ କରିବା ସେମାନଙ୍କର ଲକ୍ଷ୍ୟ । ହମାସ୍ କମାଣ୍ଡର ଆହୁରି କହିଛନ୍ତି, ‘ଇସ୍ରାଏଲ୍ କେବଳ ପ୍ରାରମ୍ଭିକ ଲକ୍ଷ୍ୟ । ଆମ ନିୟମରେ ସାରା ବିଶ୍ୱ ଚାଲିବ । ପୃଥିବୀର ମୋଟ୍ ୫୧୦ ମିଲିୟନ ବର୍ଗ କି.ମି. ଅଞ୍ଚଳ ଏପରି ଏକ ବ୍ୟବସ୍ଥା ଅଧୀନକୁ ଆସିବ, ଯେଉଁଠି କୌଣସି ଅନ୍ୟାୟ, ନିର୍ଯାତନା ଦେଖିବାକୁ ମିଳିବ ନାହିଁ । ସମସ୍ତ ଆରବ ଦେଶ, ଲେବାନନ୍‌, ସିରିଆ, ଇରାକ ଓ ଅନ୍ୟ ଦେଶ ଗୁଡ଼ିକରେ ପାଲେଷ୍ଟାଇନୀୟ ଏବଂ ଆରବୀୟଙ୍କ ବିରୋଧରେ ହେଉଥିବା ହତ୍ୟାକାଣ୍ଡ ଭଳି ଅପରାଧ ହେବ ନାହିଁ ।’ ବୁଧବାର ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ଯେ, ଶନିବାର ହୋଇଥିବା ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ୨୭୦୦ରୁ ଅଧିକ ଆହତ ହୋଇଛନ୍ତି ।

ସେପଟେ ଗାଜାରେ ଜାରି ଇସ୍ରାଏଲ୍‌ର ଆକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦୫୫ରେ ପହଞ୍ଚିଛି । ଅନ୍ୟପକ୍ଷେ, ଇସ୍ରାଏଲ୍‌?ରେ ଜରୁରୀ ମିଳିତ ସରକାର ଗଠନ ହୋଇଛି । ଇସ୍ରାଏଲ୍‌-ହମାସ ଯୁଦ୍ଧ ଜାରି ରହିଥିବା ବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ବିରୋଧୀ ଦଳ ନେତା ବେନ୍ନି ଗାଣ୍ଟଜ୍ ଜରୁରୀ ସରକାର ଗଠନ କରିବା ପାଇଁ ରାଜି ହୋଇଛନ୍ତି । ଗାଣ୍ଟଜଙ୍କ ନ୍ୟାସନାଲ ୟୁନିଟ୍ ପାର୍ଟି ପକ୍ଷରୁ ଏକ ମିଳିତ ବିବୃତି ଜାରି କରି ଏହି ଘୋଷଣା କରାଯାଇଛି । ଉଭୟ ପକ୍ଷ ଏକ ଯୁଦ୍ଧ କ୍ୟାବିନେଟ୍ ଗଠନ ପାଇଁ ରାଜି ହୋଇଛନ୍ତି । ଏହି କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ବେନ୍ନି ଗାଣ୍ଟଜ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ରହିବେ । ଦେଶ ଉପରେ ଭୟାନକ ଆତଙ୍କବାଦୀ ଆକ୍ରମଣ ଜାରି ରହିଥିବା ବେଳେ ବିଭିନ୍ନ ମୁସଲିମ୍ ରାଷ୍ଟ୍ର ଏବଂ ଇସଲାମିକ୍ ଆତଙ୍କବାଦୀ ସଂଗଠନ ଗୁଡିକର ମିଳିତ ଆକ୍ରମଣ ଆଶଙ୍କା ଥିବାରୁ ଜରୁରୀ ମିଳିତ ସରକାର ଗଠନ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button