ନୂଆ ଆପ ଲଞ୍ଚ : ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଜାଣିପାରିବେ ମତଦାତା – Ibnodisha
[ad_1]
ନୂଆଦିଲ୍ଲୀ: ଏଣିକି ଲୋକସଭା ନିର୍ବାଚନରେ ପ୍ରତି ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ଭାବେ ଛିଡା ହେବାକୁ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣି ପାରିବେ ମତଦାତା । ଅପରାଧିକ ରୋକର୍ଡ, ସମ୍ପତ୍ତି ଓ ଋଣ ବିଷୟରେ ସମସ୍ତ ତଥ୍ୟ ଦେବେ ପ୍ରାର୍ଥୀ । ‘ନୋ ଇଓର କ୍ୟାଣ୍ଡିଡେଟ’ (କେୟାଇସି) ଆପରେ ଏହି ସମସ୍ତ ତଥ୍ୟ ଉପଲବ୍ଧ କରାଯିବ । ଏହି ନୂଆ ମୋବାଇଲ ଆପକୁ ଲଞ୍ଚ କରାଯାଇଥିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ନୋ ୟୋଓର କ୍ୟାଣ୍ଡିଡେଡ଼ ଆପରେ ଉପଲବ୍ଧ ହେବ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ”ପୋଲ୍ ୱାଚଡଗ୍ ନୋ ୟୋଓର କ୍ୟାଣ୍ଡିଡେଡ଼ ନାମକ ଏକ ନୂତନ ମୋବାଇଲ୍ ଆପ ଲଞ୍ଚ କରିଛି । ଯାହା ଦ୍ବାରା ମତଦାତା ମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବାକୁ ଥିବା ବ୍ୟକ୍ତିଙ୍କ ନାମରେ କୌଣସି ଅପରାଧିକ ମାମଲା ଅଛି ନା ନାହିଁ ତାହା ଜାଣିବାରେ ସକ୍ଷମ ହେବେ । ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଡାଉନଲୋଡ୍ ପାଇଁ ଏହି ଆପ ଉପଲବ୍ଧ କରାଯାଇଛି । ଭୋଟରମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ, ତଥା ସେମାନଙ୍କ ସମ୍ପତ୍ତି ଏବଂ ଋଣ ବିଷୟରେ ଜାଣିବାର ଅଧିକାର ଅଛି । ତେଣୁ ଏହି ଆପ ଲଞ୍ଚ କରାଯାଇଛି । ”
[ad_2]