ଦେଶ

ପୋଲରୁ ଖସି ପଡ଼ିଥିବା ବସ୍‌ରେ ଲାଗିଗଲା ନିଆଁ; ୨୧ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ – Ibnodisha

[ad_1]

ଭେନିସ୍‌: ମିଥେନ୍‌ ଗ୍ୟାସ୍‌ଦ୍ବାରା ଚାଲୁଥିବା ଗୋଟାଏ ବସ୍‌ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୪୫ରେ ଇଟାଲିର ଭେନିସ୍‌ ଅଞ୍ଚଳରେ ଥିବା ଏକ ପୋଲ ଉପରୁ ତଳକୁ ପଡ଼ି ନିଆଁ ଲାଗିଯିବାରୁ ୨ଜଣ ପିଲା ଓ ବିଦେଶୀଙ୍କ ସମେତ ଅନ୍ୟୂନ ୨୧ଜଣଙ୍କର ମୃତ୍ୟୁ ଘଟିଥିବା କଥା ସହରର ଅଧିକାରୀମାନେ କହିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ ଅନୁସାରେ, ମେସ୍ତ୍ରେ ଜିଲ୍ଲା ଅନ୍ତର୍ଗତ ଏକ ରାସ୍ତାକୁ ଭେନିସ୍‌ ନଗରୀ ସହିତ ସଂଯୁକ୍ତ କରୁଥିବା ପୋଲ ଉପରେ ବସ୍‌ଟି ବିପରୀତ ଦିଗକୁ ବୁଲିପଡ଼ି ତଳେ ଯାଇଥିବା ରେଳଲାଇନ୍‌ ପାଖରେ ଖସିପଡ଼ିଲା।

ଦୁର୍ଘଟଣାର ବାସ୍ତବ କାରଣ ଜଣାପଡ଼ି ନାହିଁ। ଭେନିସ୍‌ ନଗରୀର କାଉନ୍‌ସିଲର୍‌ ରିନେଟୋ ବୋରାଜୋ କହିଛନ୍ତି, ତଦନ୍ତର ଗୋଟିଏ ପଟୁ ଜଣାପଡୁଛି ଯେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଉକ୍ତ ବସ୍‌ର ୪୦ ବର୍ଷିୟ ଇଟାଲୀୟ ଡ୍ରାଇଭର୍‌ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ।

Image Courtesy of India Today

ଦମକଳ କର୍ମଚାରୀମାନେ କହିଛନ୍ତି ଯେ, ୫୦ ଫୁଟ୍‌ ଉପରୁ ବସ୍‌ଟି ଖସି ବିଜୁଳି ତାର ଉପରେ ପଡ଼ିବାରୁ ବସ୍‌ରେ ନିଆଁ ଲାଗିଗଲା।

ବସ୍‌ରେ ୪୦ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୧ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦ଜଣ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।

୪ ଜଣ ଗୁରୁତର ଆହତଙ୍କ ସମେତ ସମସ୍ତ ଆହତଙ୍କୁ ଆଖପାଖ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଥିବା କଥା ଭେନିସ୍‌ର ‘ସିଟି ହଲ୍‌’ ସୂଚନା ଦେଇଛି।

ଇଟାଲୀୟ ନିଉଜ୍‌ ଏଜେନ୍‌ସି ‘ଆନ୍‌ସା’ ରିପୋର୍ଟ କରିଛି ଯେ, ବସ୍‌ଟି ଫ୍ରାନ୍‌ସ୍‌ ଓ କ୍ରୋଏସିଆରୁ ଯାତ୍ରୀମାନଙ୍କୁ ନେଇ ଯାତ୍ରା କରୁଥିଲା।

ଗୃହ ମନ୍ତ୍ରାଳୟର ସ୍ଥାନୀୟ ପ୍ରତିନିଧି ମାଇକେଲ୍‌ ଡି ବାରି କହିଛନ୍ତି, ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୫ଜଣ ୟୁକ୍ରେନ୍‌ ଓ ଜଣେ ଜର୍ମାନୀ ନାଗରିକ ଅଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button