ଦେଶ

ମଣିଷ ଦେହରେ ଲାଗିଲା ଘୁଷୁରୀ କିଡନି – Ibnodisha

[ad_1]

ନୂଆଦିଲ୍ଲୀ : ଆମେରିକାର ନ୍ୟୁଜର୍ସିରେ ଡାକ୍ତରମାନେ ଜଣେ ମହିଳାଙ୍କ ଶରୀରରେ କମ୍ବାଇଣ୍ଡ ହାର୍ଟ ପମ୍ପ ଓ ଘୁଷୁରୀ କିଡନି ସଫଳଭାବେ ପ୍ରତିରୋପଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ପୂର୍ବରୁ ଘୁଷୁରୀ କିଡନି ମଣିଷ ଶରୀରରେ ପ୍ରତିରୋପଣ ହୋଇଥିବା ବେଳେ ଏକସାଙ୍ଗରେ କମ୍ବାଇଣ୍ଡ ହାର୍ଟ ପମ୍ପ ଓ ଘୁଷୁରୀ କିଡନି ପ୍ରତିରୋପଣର ଏହା ପ୍ରଥମ ଘଟଣା । ସୂଚନାଯୋଗ୍ୟ, ନ୍ୟୁଜର୍ସିରେ ରହୁଥିବା ୫୪ବର୍ଷର ମହିଳା ଲିସା ପିସାନୋଙ୍କ ହୃତରୋଗ ସହିତ କିଡ଼ନି ବି ଖରାପ ହୋଇଯାଇଥିଲା। ତେଣୁ ତାଙ୍କୁ ନିୟମିତ ଭାବେ ଡାଏଲିସିସ ଆବଶ୍ୟକ ପଡ଼ୁଥିଲା। ନିୟମିତ ଡାଏଲିସିସ ପାଇଁ ଲିସା ଚିନ୍ତାରେ ପଡ଼ିଯାଇଥିଲେ । ସେ ଅନେକଦିନରୁ ହୃଦୟ ଓ କିଡନି ଉଭୟ ପ୍ରତିରୋପଣ କରିବାକୁ ଯୋଜନା କରୁଥିଲେ। କିନ୍ତୁ ହୃଦୟ ଓ କିଡନିଦାତା ଲିସାଙ୍କୁ ମିଳୁ ନଥିଲେ। ସଫଳ ଅସ୍ତ୍ରୋପଚାର ପରେ ଲିସା ଗଣମାଧ୍ୟମ ସହ କଥା ହୋଇ କହିଥିଲେ, ‘ଆଜ୍ଞା ମୁଁ ଉଭୟ ହୃଦୟ ଓ କିଡନି ରୋଗରେ ପୀଡ଼ିତ ଥିଲି। ପ୍ରତିଦିନ ଚାଲୁଥିବା ଡାଏଲିସିସରୁ କୌଣସି ଉପାୟରେ ମୁକ୍ତି ପାଇବାକୁ ଚାହୁଁଥିଲି। ଏଭଳି ସମୟରେ ଡାକ୍ତରମାନେ ମୋ ଶରୀରରେ ଘୁଷୁରୀ କିଡନି ପ୍ରତିରୋପଣ ପାଇଁ ପ୍ରସ୍ତାବ ଦେଇଥିଲେ । ମୁଁ ସଙ୍ଗେସଙ୍ଗେ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲି। କାହିଁକି ନା ମୁଁ ପାଉଥିବା କଷ୍ଟରୁ କିଛି ପରିମାଣରେ ତ ଆରମ ମିଳିବ ବୋଲି ଭାବିଥିଲି। ଭଗବାନଙ୍କ କୃପାରୁ ଅସ୍ତ୍ରୋପଚାର ସଫଳ ହେଲା। କିଛିଦିନର ବିଶ୍ରାମ ପରେ ମୁଁ ସାଧାରଣ ମଣିଷ ଭଳି ଜୀବନଯାପନ କରିପାରିବି।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button