ରାଜ୍ୟ

ଶିକ୍ଷା ଏବଂ ଦକ୍ଷତା ଆମ ସମାଜର ଉନ୍ନତି ପାଇଁ ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ – Ibnodisha

[ad_1]

ଭୁବନେଶ୍ୱର: ଶିକ୍ଷା ଏବଂ ଦକ୍ଷତା କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଆମ ସମାଜର ଉନ୍ନତି ପାଇଁ ମଧ୍ୟ ଆବଶ୍ୟକ ବୋଲି ଶନିବାର ଆଇଆଇଏମ ସମ୍ବଲପୁରର ନବମ ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଯୋଗେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଇଆଇଏମ ସମ୍ବଲପୁରକୁ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଆଗକୁ ବଢ଼ୁଥିବା ବେଳେ ସମାଜ ପ୍ରତି ଆମର ଗୁରୁ ଦାୟିତ୍ୱକୁ ସ୍ୱୀକାର କରିବା ନିହାତି ଜରୁରୀ। ସମାଜ ପ୍ରତି “କର୍ତ୍ତବ୍ୟବୋଧ” ମନୋଭାବ ରଖିବା ଜରୁରୀ। ଏହି ଧାରଣାକୁ ଛାତ୍ରଛାତ୍ରୀମାନେ ନିଜ ମନରୁ ଗ୍ରହଣ କରିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ପାଖରେ ସମାଜରେ ଓ୍ୱେଲଥ କ୍ରିଏଟର୍ ଓ ରୋଜଗାର ତିଆରି କରିବାର ଶକ୍ତି ଅଛି। କେବଳ ସୁଯୋଗ ଅନ୍ୱେଷଣ କରିବା ନାହିଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଚାକିରି ସୃଷ୍ଟି କରିବା ଦରକାର। ଏହା ଦ୍ୱାରା ଆମେ ଏକ ରାଷ୍ଟ୍ରର ବିକଶିତ କରିପାରିବା।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶର ସାମ୍ପ୍ରତିକ ଇତିହାସର କିଛି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବିଷୟରେ ଚିନ୍ତା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଆମ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ – ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଛି। ଆମ ଗଣତାନ୍ତ୍ରିକ ରାଷ୍ଟ୍ର ଗୁଡ଼ିକରେ ଲିଙ୍ଗଗତ ସମାନତା ହାସଲ ଦିଗରେ ଏହି ଐତିହାସିକ ଅଧିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା ଆମ ସଂସଦ ଏବଂ ରାଜ୍ୟ ବିଧାନସଭାର ଗୃହରେ ଦେଶର ମହିଳାଙ୍କ ସ୍ୱର ଅଧିକ ଶାଣିତ ହେବା ସହ ସ୍ପଷ୍ଟ ହେବ। ଦେଶର ନୀତି ଓ ନିର୍ଦ୍ଦାରଣ କରିବା ପ୍ରକ୍ରିୟାରେ ମହିଳାମାନଙ୍କର ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button