ରାଜ୍ୟ

ମୋଦି ଭାରତର ରାଜନୀତିକୁ ବିକାଶବାଦ ସହ ଯୋଡିଛନ୍ତି : ଜେପି ନଡ୍ଡା – Ibnodisha

[ad_1]

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ରବିବାର ଆସିଛନ୍ତି। ଶ୍ରୀ ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ବିମାନବନ୍ଦରରୁ ସିଧାସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ଯାଇଥିଲେ। ରଙ୍ଗେଇଲୁଣ୍ଡାରେ ବିଜେପିର ବରିଷ୍ଠ ନେତାମାନେ ଜେପି ନଡ୍ଡାଙ୍କୁ ସ୍ବାଗତ କରିଥିଲେ। ଶ୍ରୀ ନଡ୍ଡା ସାଢ଼େ ୬ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଦେଇଥିଲେ। ବ୍ରହ୍ମପୁର ସମାବେଶରେ ଜେପି ନଡ୍ଡାଙ୍କ ବକ୍ତବ୍ୟ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ନଡ୍ଡା । ପ୍ରଥମେ ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର କହିଲେ । ମୋଦୀଙ୍କ ରାଜନୀତିରେ ଭାରତ ବଦଳିଛି। ଏହା ବିଶ୍ବ କହୁଛି। ପରିବର୍ତ୍ତିତ ଭାରତର ଉତ୍ସାହ ଦେଖାଯାଉଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ‌ଜଗତ ପ୍ରକାଶ ନଡ୍ଠା ବ୍ରହ୍ମପୁରର ଆମ୍ବପୁଆ ଠାରେ ଅନୁଷ୍ଠିତ ‘ବିଜୟ ସଂକଳ୍ପ ସମାବେଶ’ରେ ଏହା କହିଛନ୍ତି। ଏହି ନିର୍ବାଚନ ମୋଦୀଙ୍କ ନେତୃତ୍ବରେ ବିକଶିତ ଭାରତ ନିର୍ମାଣ ପାଇଁ। ଓଡ଼ିଶାରେ ବିକାଶ ପାଇଁ। ଦେଶର ୮୦ କୋଟି ଲୋକଙ୍କୁ ପ୍ରତିମାସ ରାସନ ଦେଉଛନ୍ତି। ଓଡ଼ିଶାରେ ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମୋଦୀ ଗରିବ କଲ୍ୟାଣ ଯୋଜନାରେ ସାମିଲ କରିଛନ୍ତି। ପ୍ରତି ପଞ୍ଚାୟତକୁ ବିକାଶ ପାଇଁ ୩ରୁ ୫ କୋଟି ଟଙ୍କା ମିଳୁଛି। ଉଜ୍ଜଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଶ୍ରୀ ନଡ୍ଠା ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶ୍ରୀ ନଡ୍ଡା କହିଛନ୍ତି, ଓଡ଼ିଶାର ୨୧ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରାନ୍ତୁ। ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରନ୍ତୁ। ଆଜି ଦେଶରେ ଅଟୋମୋବାଇଲ ଉତ୍ପାଦନ କ୍ଷେତ୍ରରେ ବିଶ୍ବର ତୃତୀୟ ସ୍ଥାନରେ ପହଞ୍ଚିଛି। ଜାପାନ ଭଳି ଦେଶକୁ ପଛରେ ପକାଇଛି। ଆଜି ସମସ୍ତଙ୍କ ପାଖରେ ମୋବାଇଲ ଫୋନ ଅଛି। ଦଶ ବର୍ଷ ପୂର୍ବରୁ ମୋବାଇଲରେ ଲେଖାଯାଉଥିଲା ଚାଇନା, ଜାପାନ, କୋରିଆ, ତାଇୱାନ। ଏବେ କିନ୍ତୁ ଆପଣଙ୍କର ମୋବାଇଲରେ ଲେଖାହେଉଛି ଭାରତ। ମୋଦୀଙ୍କ ନେତୃତ୍ବରେ ସମାଜର ସବୁ ବର୍ଗର ଲୋକଙ୍କୁ ବଳ ମିଳିଛି। ଗାଁରେ ସଡ଼କ, ଅପଟିକାଲ ଫାଇବର, କମନ ସର୍ଭିସ ସେଣ୍ଟର ଖୋଲିଛି।  ବିଶ୍ବରେ ଭାରତ ପଞ୍ଚମ ଅର୍ଥ ବ୍ୟବସ୍ଥାର ଦେଶ ହୋଇଛି। ପୂର୍ବରୁ ଏହା ୧୧ ନମ୍ବରରେ ଥିଲା।  ଶ୍ରୀ ସାମଲ ସ୍ବାଗତ ଭାଷଣରେ କହିଥିଲେ, ରାଜ୍ୟରେ ବିଜେଡି ସରକାର ଯାଉଛି ଓ ବିଜେପି ସରକାର ଆସୁଛି। ଏକ ଭ୍ରଷ୍ଟ ସରକାରର ସପାପ୍ତି ହେବାକୁ ଯାଉଛି। ସାଧାରଣ ଜନତା ଏଥର ଚିନ୍ତା କରିଛନ୍ତି, ରାଜ୍ୟରେ ସରକାର ପରିବର୍ତ୍ତନ କରିପାରିବେ। ରାଜ୍ୟ ସରକାର କୋଟିକୋଟି ଦୁର୍ନୀତିର ଚିତ୍ରକୁ ସ୍ପଷ୍ଟ କରିପାରୁ ନାହାନ୍ତି। ଲୋକଙ୍କୁ ଚିଟ୍‌ଫଣ୍ଡ ଟଙ୍କା ମିଳିପାରିଲା ନାହିଁ। ଚାଷୀଙ୍କୁ ଉପଯୁକ୍ତ ପାଉଣା ମିଳୁ ନାହିଁ। ରାଜ୍ୟରେ ମହିଳା ନିର୍ଯ୍ୟାତିତ ହେଉଛନ୍ତି। ରୋଜଗାର ପାଇଁ ଦେଢ଼ କୋଟି ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଭାରତର ଜନତା ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ସଂକଳ୍ପ ନେଇଛନ୍ତି। ଶ୍ରୀ ନଡ୍ଡା ସଂଧ୍ୟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟରେ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଜିଲ୍ଲା ସଭାପତି, ପଦାଧିକାରୀ ଯୋଗଦେବେ। ନଡ୍ଡା ବ୍ରହ୍ମପୁରରେ ରାତ୍ରିଯାପନ କରି ସୋମବାର ସକାଳେ ଭାୟା ଭୁବନେଶ୍ବର ହୋଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button