ଖେଳ

ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା : ସ୍ୱଦେଶ ଫେରିଲେ ଷ୍ଟାର୍ ପେସର ଯଶପ୍ରୀତ ବୁମରା – Ibnodisha

[ad_1]

ବ୍ୟୁରୋ : ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଷ୍ଟାର୍ ପେସର ଯଶପ୍ରୀତ ବୁମରା ସ୍ୱଦେଶ ଫେରି ଆସିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଭାରତ ଫେରି ଆସିଥିବା ସୂଚନା ମିଳିଛି । ତେବେ ସୁପର୍-ଫୋର ମ୍ୟାଚ୍ ବେଳକୁ ଟିମ୍ ସହିତ ପୁଣି ଯୋଗଦେବେ ବୁମରା ।ଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ବୁମରା । ୨୦୨୧, ମାର୍ଚ୍ଚ ୧୫ ତାରିଖରେ ଟେଲିଭିଜନ ଉପସ୍ଥାପିକା ସଂଜନା ଗଣେଶନଙ୍କୁ ବିବାହ କରିଥିଲେ ଭାରତର ଏହି ତାରକା ପେସର । ଆହତ ଯୋଗୁଁ ବୁମରା ଦୀର୍ଘଦିନ ଧରି ଟିମରୁ ଦୂରେଇ ରହିଥିଲେ ।ତେବେ ଗତମାସରେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ତାଙ୍କୁ ଟିମର ଅଧିନାୟକ କରାଯାଇଥିଲା । ଏହା ପରେ ବୁମରାଙ୍କୁ ଏସିଆ କପ୍ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇଛି । ଏବେ ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ଉପରେ ରହିଛି ପେସ ବିଭାଗର ଦାୟିତ୍ୱ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button