ଖେଳ

ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆକୁ ୨ ୱିକେଟରେ ହରାଇଲା ଭାରତ – Ibnodisha

[ad_1]

ବିଶାଖାପଟନମ: ଆଜି ସ୍ଥାନୀୟ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୨ ୱିକେଟରେ ହରାଇଛି ଭାରତ। ଅଷ୍ଟ୍ରେଲିଆର ୨୦୯ରନ୍‌ର ବିଶାଳ ଟାର୍ଗେଟକୁ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ ୱିକେଟ ହରାଇ ହାସଲ କରିନେଇଛି। ଭାରତ ପକ୍ଷରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦମ୍‌ଦାର ପାଳି ଖେଳି ୪୨ ବଲରେ ୯ ଚୌକା, ୪ ଛକା ମାଧ୍ୟମରେ ୮୦ ରନ୍‌ କରିଥିଲେ। ସେହିପରି ଇଶାନ କିଶନ ୩୯ ବଲରେ ୫୮ ରନ୍‌ର ଇନିଂସ ଖେଳିଥିଲେ।

ଆଜିର ପ୍ରଥମ ମ୍ୟାଚରେ ଟସ୍‌ ଜିତି ଭାରତ ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ବିସ୍ଫୋରକ ବ୍ୟାଟିଂ କରିଥିଲା। ଜୋସ ଇଂଲିଶଙ୍କ ବିସ୍ଫୋରକ ଶତକ ଏବଂ ଷ୍ଟିଭ୍ ସ୍ମିଭଙ୍କ ଅର୍ଦ୍ଧଶତକ ବଳରେ ୩ ଓ୍ବିକେଟ୍‌ ହରାଇ ଅଷ୍ଟ୍ରେଲିଆ ୨୦୮ ରନ୍ କରିଥିଲା। ଜୋସ ଇଂଲିଶ ମାତ୍ର ୫୦ ବଲ ଖେଳି ୧୧ଟି ଚୌକା ଏବଂ ୮ଟି ଛକା ସହାୟତାରେ ୧୧୦ ରନ୍ କରି ଆଉଟ ହୋଇଥିବା ବେଳେ ସ୍ମିଥ ୪୧ ବଲରୁ ୮ଟି ଚୌକା ସହ ୫୨ ରନ୍ କରିଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୪ ଓଭରରେ ୪୧ ରନ୍ ଦେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ୪ ଓଭରରେ ୫୦ ରନ୍ ଦେଇ ୧ ଓ୍ବିକେଟ୍‌, ଅକ୍ଷର ପଟେଲ ୪ ଓଭରରେ ୩୨ ରନ୍, ରବି ବିଷ୍ଣୋଇ ୪ ଓଭରରେ ୫୪ ରନ ୧ ଓ୍ବିକେଟ୍‌ ଏବଂ ମୁକେଶ କୁମାର ୪ ଓଭରରେ ୨୯ ରନ୍ ଦେଇଥିଲେ। ସୂଚନାଯୋଗ୍ୟ ଭାରତ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ ଅନୁଷ୍ଠିତ ହେଉଛି। ଆଜି ପ୍ରଥମ ଟି-୨୦ ବିଶାଖାପଟନମରେ ଖେଳାଯାଇଥିବା ବେଳେ ସିରିଜର ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌‌ ୨୬, ୨୮, ଡିସେମ୍ବର ୧ ଓ ୩ରେ ଯଥାକ୍ରମେ ଥିରୁବନନ୍ତପୁରମ, ଗୁଆହାଟୀ, ରାୟପୁର ଓ ବେଙ୍ଗାଲୁରୁରେ ଖେଳାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button