ଦେଶ

୨୩ ବର୍ଷରେ ସିଭିଲ୍ ଜଜ୍‌ ହେଲେ ଶ୍ରୀପଥୀ; ପ୍ରସବ ଯନ୍ତ୍ରଣାକୁ ଭୁଲି ଦିନକ ପରେ ଦେଇଥିଲେ ପରୀକ୍ଷା – Ibnodisha

[ad_1]

ଚେନ୍ନାଇ: ଲକ୍ଷ୍ୟସ୍ଥଳରେ ପହଞ୍ôଚବା ପାଇଁ ସବୁପ୍ରକାର ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢ଼ୁଥିବା ବ୍ୟକ୍ତି ହିଁ ଜୀବନରେ ସଫଳ ହୋଇଥାଏ । ନିଜ ସ୍ୱପ୍ନ ଏବଂ ଲକ୍ଷ୍ୟକୁ ସେ ପୂରଣ କରିପାରିଥାଏ । ଏହାର ଅନେକ ଉଦାହରଣ ସମୟେ ସମୟେ ଦେଖିବା କିମ୍ବା ଶୁଣିବାକୁ ମିଳିଥାଏ । ତେବେ ତାମିଲନାଡୁରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ପ୍ରେରଣା ଯୋଗାଉଛି । ତାମିଲନାଡୁର ଥିରୁପାଥୁର ଜିଲ୍ଲା ଅନ୍ତର୍ଗତ ମାଲାୟାଲୀ ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ସିଭିଲ୍ ଜଜ୍ ଭାବେ ନିଯୁକ୍ତି ପାଇବା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଥମତଃ ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା, ନ୍ୟାୟ ବ୍ୟବସ୍ଥା ଅନ୍ତର୍ଗତ ବିଚାରପତି ଭାବେ ନିଯୁକ୍ତି ପାଇବା ଉକ୍ତ ସମ୍ପ୍ରଦାୟ ପାଇଁ ସର୍ବପ୍ରଥମ ଘଟଣା । ଦ୍ୱିତୀୟତଃ ଏହି ମହିଳାଜଣକ ମାତ୍ର ୨୩ ବର୍ଷ ବୟସରେ ଏହି ଉପଲବ୍ଧି ହାସଲ କରିନେଇଛନ୍ତି, ଯାହାକି କୌଣସି ବର୍ଗର ଆଶାୟୀଙ୍କ ପାଇଁ ସଦାସର୍ବଦା ଏକ ସ୍ୱପ୍ନ ଭାବେ ରହିଆସିଛି । ପ୍ରକାଶ, ଏହି ଆଦିବାସୀ ମହିଳା ବିଚାରପତିଙ୍କ ନାମ ଭି. ଶ୍ରୀପଥୀ ଏବଂ ସେ ତାମିଲନାଡୁ ଲୋକସେବା ଆୟୋଗ (ଟିଏନ୍‌ପିଏସ୍‌ସି) ପକ୍ଷରୁ ପରିଚାଳିତ ହୋଇଥିବା ଜୁଡିସିଆଲ ସର୍ଭିସ୍ ପରୀକ୍ଷାରେ ସିଭିଲ୍ ଜଜ୍ ଭାବେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଆଦିବାସୀ ସମ୍ପ୍ରଦାୟରେ କମ୍ ବୟସରୁ ବିବାହ କରିବାର ଏକ କୁତ୍ସିତ ପରମ୍ପରା ଆଜି ବି ରହିଆସିଛି । ଏହି ପରମ୍ପରାର ଶିକାର ହୋଇଥିଲେ ଶ୍ରୀପଥୀ । କମ୍ ବୟସରୁ ବିବାହ କରିଥିଲେ ମଧ୍ୟ ସେ ପାଠ ପଢ଼ା ଜାରି ରଖିଥିଲେ । ସ୍ୱାମୀ ଏବଂ ଶାଶୁଘର ଲୋକଙ୍କୁ ମନାଇ ସେ ବିଏବିଏଲ୍ ଆଇନ୍ ପାଠ୍ୟକ୍ରମ ସମାପ୍ତ କରିଥିଲେ ।  ପରେ ସେ ଘରକାମ ସହ ଜୁଡିସିଆଲ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ତେବେ ଯେତେବେଳେ ଜୁଡିସିଆଲ ସର୍ଭିସ ପାଇଁ ପରୀକ୍ଷା ଦେବାର ସମୟ ଆସିଲା, ସେତେବେଳେ ସେ ଏକ ବଡ଼ ଦ୍ୱିବିଧାରେ ପଡିଯାଇଥିଲେ । କାରଣ ପରୀକ୍ଷା ତାରିଖ ଏବଂ ତାଙ୍କ ସନ୍ତାନ ପ୍ରସବ ତାରିଖ ପାଖାପାଖି ସମୟରେ ହିଁ ରହିଥିଲା । ତେବେ ଈଶ୍ୱରଙ୍କ କୃପାରୁ ପରୀକ୍ଷାର ଠିକ୍ ଗୋଟିଏ ଦିନ ପୂର୍ବରୁ ଶ୍ରୀପଥୀ ଏକ ସନ୍ତାନକୁ ଜନ୍ମ ଦେଇଥିଲେ ।

ସନ୍ତାନ ଜନ୍ମ ଦେବାର ଠିକ୍ ଦିନକ ପରେ ସେ ଜୁଡିସିଆଲ ପରୀକ୍ଷାରେ ବସିଥିଲେ ଯାହାକି ସାଧାରଣତଃ ଜଣେ ମହିଳାଙ୍କ ପକ୍ଷେ ଅସମ୍ଭବ । ପ୍ରସବର ଦିନକ ପରେ ସ୍ୱାମୀ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ସହାୟତାରେ ସମସ୍ତ ଯନ୍ତ୍ରଣାକୁ ସହ ଶ୍ରୀପଥୀ ସିଭିଲ୍ ଜଜ୍ ପରୀକ୍ଷା ଦେବାକୁ ଚେନ୍ନାଇ ଆସିଥିଲେ । ତେବେ ନିକଟରେ ଏହି ପରୀକ୍ଷାର ଫଳ ପ୍ରକାଶ ପାଇଛି । ଏଥିରେ ଶ୍ରୀପଥୀ ସଫଳ ହୋଇଛନ୍ତି । ଶ୍ରୀପଥୀଙ୍କ ନିଜ ପରିଶ୍ରମ ଏବଂ ଦୃଢ଼ ନିଷ୍ଠା ସମ୍ମୁଖରେ ସମସ୍ତ ଯନ୍ତ୍ରଣା, ଘାତ ପ୍ରତିଘାତ ହାର ମାନିଛି । ଭି. ଶ୍ରୀପଥୀ ୟେଲାଗିରି ପାର୍ବତ୍ୟାଞ୍ଚଳରେ ରହୁଥିବା ମାଲାୟାଲୀ ଆଦିବାସୀ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ବେଳେ ତାଙ୍କ ପାଇଁ ଏବେ ପୁରା ଆଦିବାସୀ ସମ୍ପ୍ରଦାୟ ବେଶ୍ ଗୌରାବାନ୍ୱିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ଏବଂ ତାଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ମଧ୍ୟ ଶ୍ରୀପଥୀଙ୍କୁ ଏହି ବିରଳ କୃତୀତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button