ଦେଶ

ପଂଜାବ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚେତାବନୀ: ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ – Ibnodisha

[ad_1]

ଚଣ୍ଡିଗଡ଼: ପଂଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରିବା ବନ୍ଦ ନକଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିବେ ବୋଲି ରାଜ୍ୟପାଳ କହିଛନ୍ତି। ସରକାର ଲଗାତାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛି ଏବଂ ଏ ବାବଦରେ ମୁଖ୍ୟମନ୍ତ୍ରୀ ତାଙ୍କର କୌଣସି ପତ୍ରର ଜବାବ ଦେଉନଥିବାରୁ ଅସ୍ବାଭାବିକ ସ୍ଥିତି ଉପୁଜିଛି ବୋଲି ଆଜି ରାଜ୍ୟପାଳ କହିଛନ୍ତି। ‘ସରକାରଙ୍କ କେତେକ ବିବାଦୀୟ ଓ ଅଗଣତାନ୍ତ୍ରିକ ପଦକ୍ଷେପ ନେଇ ମୁଁ ସ୍ପଷ୍ଟୀକରଣ ମାଗିଥିଲି। ତେବେ ମୁଖ୍ୟମନ୍ତ୍ରୀ କୌଣସି ସାମ୍ବିଧାନିକ ବ୍ୟବସ୍ଥାକୁ ଭୃକ୍ଷେପ ନକରି ବେପରୁଆ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ମୋ ପତ୍ରର ଜବାବ ଦେଇନାହାନ୍ତି।

ସାମ୍ବିଧାନିକ ବ୍ୟବସ୍ଥା କାଏମ ରଖିବା ପାଇଁ ଆଇନ ଓ ସମ୍ବିଧାନ ଅନୁଯାୟୀ ପଦକ୍ଷେପ ନେବାକୁ ମୁଁ ବାଧ୍ୟ ହେବି’ ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଶାସନିକ ମାମଲାରେ ମୁଖ୍ୟମନ୍ତ୍ରୀ ମାନ୍‌ ରାଜ୍ୟପାଳଙ୍କୁ କୌଣସି ସୂଚନା ଦେଉନଥିବା ଏବଂ ରାଜ୍ୟପାଳଙ୍କର ବିଭିନ୍ନ ଅଧିକାରଙ୍କୁ ଲୋପ କରିଦେବା ପାଇଁ ବିଧାନସଭାରେ ବିଲ୍‌ ଗୃହୀତ ହୋଇଥିବାରୁ ଏହାକୁ ନେଇ ରାଜ୍ୟପାଳ କ୍ଷୁବ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ବିଧାନର ଧାରା ୧୬୭ର ଉଲ୍ଲଘନ କରୁଥିବା ରାଜ୍ୟପାଳ ଅଭିଯୋଗ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button