ସିଭିଲ୍ ଜଜ୍ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର – Ibnodisha

[ad_1]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବଦାୟୁରେ ଘଟିଛି ଏକ ଅଭାବନୀୟ ଘଟଣା। ଆତ୍ମହତ୍ୟା କରିଛନ୍ତି ଜଣେ ସିଭିଲ ଜଜ୍ । ତେବେ ସୂଚନା ଅନୁଯାୟୀ, ନିଜ ସରକାରୀ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।ମୃତ ସିଭିଲ୍ ଜଜ୍ଜଣକ ଜ୍ୟୋତ୍ସ୍ନା ରାୟ ବୋଲି ଜଣାଯାଇଛି। ଜ୍ୟୋତ୍ସ୍ନା ପ୍ରାୟ ବର୍ଷେ ହେବ ବଦାୟୁରେ ସିଭିଲ ଜଜ୍ ରୂପେ କାର୍ଯ୍ୟରତ ଥିଲେ। ଅଯୋଧ୍ୟାରୁ ଆସି ସେ ବଦାୟୁରେ କାର୍ଯ୍ୟଭାର ସମ୍ଭାଳିଥିଲେ। ସେ ଅବିବାହିତ ଥିବା ବେଳେ ବଦାୟୁସ୍ଥିତ ସରକାରୀ ବାସଭବନରେ ଏକୁଟିଆ ରହୁଥିଲେ। ସବୁଦିନ ଠିକ୍ ସମୟରେ କୋର୍ଟରେ ପହଞ୍ଚି ଯାଉଥିବା ଜ୍ୟୋତ୍ସ୍ନା ଆଜି କିନ୍ତୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ପହଞ୍ଚି ନ ଥିଲେ। ଏହାପରେ କର୍ମଚାରୀମାନେ ପହଞ୍ଚି ତାଙ୍କ କବାଟ ବାଡ଼େଇଥିଲେ। ମାତ୍ର ବହୁ ସମୟ ପରେ ବି କୌଣସି ଉତ୍ତର ଆସି ନ ଥିଲା କି କବାଟ ଖୋଲି ନ ଥିଲା। ତେଣୁ ଏ ନେଇ କର୍ମଚାରୀମାନେ ପୁଲିସ୍କୁ ଖବର ଦେଇଥିଲେ।ପୁଲିସ୍ ପହଞ୍ଚି କବାଟ ଭାଙ୍ଗିବା ପରେ ସିଭିଲ୍ ଜଜ୍ଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
[ad_2]




