ରାଜନୀତି

ରାଜନୀତିରେ ବିଜୟଙ୍କ ଏଣ୍ଟ୍ରି : ଘୋଷଣା କଲେ ନିଜ ରାଜନୈତିକ ଦଳର ନାଁ – Ibnodisha

[ad_1]

ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ଥାଲପଥି ବିଜୟ ଶୁକ୍ରବାର ନିଜର ରାଜନୈତିକ ଦଳ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ‘ତାମିଝା ଭେଟ୍ରି କାଝାଗମ’ ନାମକ ରାଜନୈତିକ ଦଳ ଘୋଷଣା କରିଛନ୍ତି। ଗତ ସପ୍ତାହରେ ଚେନ୍ନାଇରେ ଅନୁଷ୍ଠିତ ଏକ ବୈଠକରେ ନିଜର ଫ୍ୟାନ କ୍ଲବ ‘ବିଜୟ ମକ୍କାଲ ଆଇୟାକକମ୍’ ରାଜନିତୀରେ ପ୍ରବେଶ କରିବାକୁ ଅନୁମତି ଦେବା ପରେ ବିଜୟ ବଡ ଘୋଷଣା କରିଛନ୍ତି। ଅଭିନେତା ଦେଇଥିବା ବିବୃତ୍ତିରେ ସେ କହିଛନ୍ତି, “ଆମ ଦଳ ‘ତାମିଝା ଭେଟ୍ରି କାଝାଗମ”କୁ ପଞ୍ଜୀକରଣ କରିବା ପାଇଁ ଆମେ ଶୁକ୍ରବାର ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରୁଛୁ। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜିତିବା ଏବଂ ମୌଳିକ ରାଜନୈତିକ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ, ଯାହା ଲୋକମାନେ ଚାହୁଁଛନ୍ତି। ”

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button