ରାଜନୀତି

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅର୍କକେଶରୀ ଦେଓ, ମାଳବିକା ଦେବୀ – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟ ମୁଖ୍ୟାଳୟରେ ବୁଧବାର ଦିନ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ତଥା ରାଜପରିବାରର ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେବୀ। ଏହାସହ ମଦନପୁର ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଓ କୁମାର ସାହେବଙ୍କ ବୋହୂ ତଥା ଆନ୍ତର୍ଜାତିକ ସେରାମିକ ଆର୍ଟିଷ୍ଟ ପୃଥିବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ। ସେହିଭଳି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତର ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ଵାମୀ ସୁଧାଂଶୁ ଶେଖର ନାୟକଙ୍କ ସହ ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେଡି ନେତାମାନେ ଆଜି ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button