ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସବୁ ଜାଣି ଅଜଣା ହେଉଛନ୍ତି ଧର୍ମେନ୍ଦ୍ର: ବିଜେଡି – Ibnodisha

[ad_1]
– ଶିକ୍ଷକ ନିଯୁକ୍ତି କରିଛି କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍
-ଇଡିସିଆଇଏଲ୍ ହେଉଛନ୍ତି କେନ୍ଦ୍ର ସରକାରଙ୍କ ମିନି ରତ୍ନ ସଂସ୍ଥା
-ବହୁ କେନ୍ଦ୍ରୀୟ ସଂସ୍ଥା ପାଇଁ ନିଯୁକ୍ତ କାର୍ଯ୍ୟ କରିଥାଏ ଇଡିସିଆଇଏଲ୍
-ଧର୍ମେନ୍ଦ୍ରଙ୍କ କଥା ଶୁଣି ଲୋକେ ହସିଲେଣି
ଭୁବନେଶ୍ୱର : ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ମିନି ରତ୍ନ ସଂସ୍ଥା କରିଛି ଶିକ୍ଷକ ନିଯୁକ୍ତି । ଟୁଇଟ୍ ଜରିଆରେ ଧର୍ମେନ୍ଦ୍ରଙ୍କୁ ଏଭଳି ଜବାବ ଦେଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଶ୍ରୀ ଦାସ ଟୁଇଟ୍ କରି କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ଆପଣ ବୋଧେ ଜାଣି ନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ ଜରିଆରେ କରାଯାଇଛି, ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି । ଆପଣ କ’ଣ କହିବାକୁ ଚାହୁଛନ୍ତି ଯେ ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତ ପ୍ରକ୍ରିୟାରେ ଜାଲିଆତି କରିଛି? ପ୍ରଣବ ପୁଣି ଦର୍ଶାଇଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ଇଡସି ିଆଇଏଲ୍ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ଜବାହାର ନବୋଦୟ ବିଦ୍ୟାଳୟ, ଏମସ୍, ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସଂସ୍ଥାପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି ? ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଣବ ପୁଣି କହିଛନ୍ତି ଯେ, ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି । ହେଲେ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି । ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ବଡ ଭୂମିକା ରହିଛି ।
[ad_2]




