ରାଜନୀତି

କଳିଙ୍ଗ ବିହାର ଗାର୍ଡେନକୁ ମହତାବଙ୍କ ନାମରେ ନାମିତ କରାଯାଉ: ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ – Ibnodisha

[ad_1]

ଭୁବନେଶ୍ୱର : ଆଜି ଜଟଣୀ ବିଧାୟକ ତଥା ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ଶ୍ରୀ ସୁରେଶ କୁମାର ରାଉତରାୟ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କଳିଙ୍ଗ ବିହାର ଗାର୍ଡେନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରିବାକୁ ଦାବି ଜଣାଇଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ ଜଟଣୀ ଓ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ତଥା ସୁବୁଧିକୁ ନାରଗଦା, ସଜିପୁଟୁ ଓ ଘାଟିକିଆ ପ୍ରଭୂତିର ଜନସାଧାରଣ ନିକଟସ୍ଥ କଳିଙ୍ଗ ବିହାର ପାର୍କକୁ ମହତାବଙ୍କ ନାମରେ ନାମିତ କରିବାକୁ ସମର୍ଥନ ଦେଇଛନ୍ତି । ହରେକୃଷ୍ଣ ମହତାବ ଭୁବନେଶ୍ୱରରେ ରାଜଧାନୀ ସ୍ଥାପନ କରିଛନ୍ତି । ହେଲେ ତାଙ୍କ ନାମରେ ରାଜଧାନୀରେ କୌଣସିଠାରେ କିଛି ନାହିଁ । କେବଳ ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କମିଟି ପକ୍ଷରୁ ବିଧାନସଭା ପାଖରେ ଏକ ପ୍ରତିମୃର୍ତି ପ୍ରତିଷ୍ଠା କରାଯାଇଛି । ମହତାବ ହେଉଛନ୍ତି ନବଉତ୍କଳର ନିର୍ମାତା । କେବଳ ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ଯୋଦ୍ଧା ସେ ନଥିଲେ । ସ୍ୱାଧୀନତା ପରେ ଓଡ଼ିଶାର ବିକାଶର ଚିତ୍ର ସେ ହିଁ ଆଙ୍କିଥିଲେ । କେବଳ ସେତିକି ନୁହେଁ ଗଡଜାତ ମିଶ୍ରଣ ପ୍ରଭୂତି ଅନେକ ଅବିସ୍ମରଣୀୟ କାର୍ଯ୍ୟ ସେ ଭାରତବର୍ଷ ପାଇଁ କରିଯାଇଛନ୍ତି । ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ରାସ୍ତା ପ୍ରଭୂତିର ନୂତନ ନିର୍ମାଣ କ୍ଷେତ୍ରରେ ମହତାବଙ୍କର ଭୂମିକା ଅତୁଳନୀୟ । ସେ ଥିଲେ ଏକାଧାରରେ ରାଷ୍ଟ୍ରନାୟକ, ସାମ୍ବାଦିକ, ସମ୍ବାଦପତ୍ର ପ୍ରତିଷ୍ଠାତା, ସମ୍ପାଦକ, ସୁ-ସାହିତ୍ୟିକ, ସମାଜ ସଂସ୍କାରକ ।
ଓଡ଼ିଶା ସରକାର ମହତାବଙ୍କ ଅବଦାନକୁ ମୂଲ୍ୟାୟନ କରନ୍ତୁ ଏବଂ କଳିଙ୍ଗ ବିହାର ପାର୍କକୁ ଆସନ୍ତାକାଲି ୨୧/୧୧/୨୦୨୩ ରିଖ ରେ ମହତାବଙ୍କ ଜୟନ୍ତୀ ପାଳନ ଅବସରରେ ମହତାବଙ୍କ ନାମରେ ଘୋଷଣା କରନ୍ତୁ ବୋଲି ବିଧାୟକ ଶ୍ରୀ ରାଉତରାୟ ଏବଂ ମହତାବ ଜୟନ୍ତୀ କମିଟିର ସଦସ୍ୟ ଅଜିତ ଶ୍ରୀଚନ୍ଦନ, ତପନ ଚକ୍ରବର୍ତୀ, ଅଶୋକ ମଙ୍ଗରାଜ, ବିଷ୍ଣୁପ୍ରସାଦ ବାହିନିପତି, ନଗେନ ସିଂ, ବୃନ୍ଦାବନ ସାହୁ ପ୍ରମୂଖ ଦାବି କରିଛନ୍ତି । ଏହି ଦାବି ସଂପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚୀବ ଏବଂ ୫ଟି ଅଧ୍ୟକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button