ନ୍ୟୁଜିଲାଣ୍ଡ ଟିମ୍ରେ ଯୋଗଦେବେ ଜାମିସନ୍ – Ibnodisha
[ad_1]
ନୂଆଦିଲ୍ଲୀ: ଟିମ୍ରେ ଲାଗିରହିଥିବା ଆଘାତଜନିତ ସମସ୍ୟାର ମୁକାବିଲା ପାଇଁ ନ୍ୟୁଜିଲାଣ୍ଡ୍ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଫାଷ୍ଟ୍ ବୋଲର୍ କାଇଲ୍ ଜାମିସନ୍ଙ୍କୁ ଡକାଇଛି । ପୂର୍ବରୁ ଟିମ୍ ସାଉଦିଙ୍କ କଭର୍ ଭାବେ ଭାରତ ଗସ୍ତରେ ଥିବା ଜେମିସନ୍ ଶନିବାର ପାକିସ୍ତାନ ବିପକ୍ଷ ପୁଲ୍ ମ୍ୟାଚ୍ ପୂର୍ବରୁ ବେଙ୍ଗାଲୁରୁରେ ଟିମ୍ରେ ଯୋଗଦେବେ । ଶୁକ୍ରବାର ସେ ମ୍ୟାଚ୍ ପାଇଁ ଅଭ୍ୟାସ କରିବେ । ନ୍ୟୁଜିଲାଣ୍ଡର ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟେଡ୍ କହିଛନ୍ତି ଯେ ଫାଷ୍ଟ୍ ବୋଲର୍ ମ୍ୟାଟ୍ ହେନ୍ରୀଙ୍କ ଡାହାଣ ହାମ୍ଷ୍ଟ୍ରିଂର ସ୍କାନ୍ ଫଳାଫଳକୁ ଅପେକ୍ଷା କରାଯାଇଥିବା ବେଳେ ଆବଶ୍ୟକ କଭର୍ ରହିବା ନିହାତି ଆବଶ୍ୟକ ।
ଅନ୍ୟପକ୍ଷରେ କିୱି ଟିମ୍ର ଅନ୍ୟତମ ଫାଷ୍ଟ୍ ବୋଲର୍ ଲକି ଫର୍ଗୁସନ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫିଟ୍ ହୋଇ ଫେରିଛନ୍ତି । ଚଳିତ ବିଶ୍ୱକପ୍ରେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ୍ ଟିମ୍ର ଷ୍ଟାର୍ ବ୍ୟାଟର୍ କେନ୍ ୱିଲିଅମ୍ସନ୍ ଓ ଅଲ୍ରାଉଣ୍ଡର୍ ମାର୍କ ଚାପ୍ମ୍ୟାନ୍ ଆହତ ହୋଇଥିଲେ ଏବଂ ଏବେ ସୁଦ୍ଧା ସୁସ୍ଥ ହୋଇନାହାନ୍ତି । ଲଗାତାର ବିଜୟ ପରେ ସାଉଥ୍ ଆଫ୍ରିକା ନିକଟରୁ ୧୯୦ ରନ୍ରେ ପରାସ୍ତ ହେବା ପରେ ନ୍ୟୁଜିଲାଣ୍ଡ୍ ଟିମ୍କୁ ବଡ଼ ଝଟ୍କା ଲାଗିଛି ।
ଏହି ପରାଜୟ ସତ୍ତ୍ୱେ ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ଦୌଡ଼ରେ ରହିଛି । ଗ୍ରୁପ୍ ପର୍ଯ୍ୟାୟର ଦୁଇଟି ମ୍ୟାଚ୍ ବାକି ଥିବାବେଳେ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଜିତି ବ୍ଲାକ୍ କ୍ୟାପ୍ ଟିମ୍ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଚାରି ଟିମ୍ ମଧ୍ୟରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିଛି ।
[ad_2]