ଅପରାଧ

ନାବାଳକକୁ ମାରିଛି ନାବାଳକ: ପୁଲିସ ବୟାନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ – Ibnodisha

[ad_1]

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ ନାବାଳକ ଶୁଭମ ପାଲଟାସିଂ ହତ୍ୟାକାଣ୍ଡ ଘଟଣା ଉପରୁ ଆଜି ପୁଲିସ ପରଦା ହଟାଇଛି । ଶୁଭମ୍‌କୁ ଜଣେ ନାବାଳକ ହତ୍ୟା କରିଥିବା ଜଣାପଡ଼ିଛି ।

ଡିସିପି ପ୍ରତୀକ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ନାବାଳକ ମନୋଜଙ୍କ ପାଖରେ ପୂର୍ବରୁ ପଢ଼ୁଥିବା ବେଳେ କିଛି ଟିଉସନ୍ ଫି ଦେଇନଥିଲେ । ପଢ଼ିବା ସମୟରେ ବାରମ୍ବାର ଟଙ୍କା ମାଗିବାକୁ କେନ୍ଦ୍ର କରି ହତ୍ୟା କରାଯାଇ ଥିବା ଅଭିଯୁକ୍ତ ବୟାନ ଦେଇଥିବା ପୁଲିସ କହିଛି । ଅନ୍ୟପଟେ ପୁଲିସ ଓ ଅଭିଯୁକ୍ତର ବୟାନକୁ ପରିବାର ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସିବିଆଇ ତଦନ୍ତ କରିବାକୁ ତାଙ୍କ ବାପା ଦାବି କରିଛନ୍ତି ।

ଅନ୍ୟପଟେ ପୁଲିସ ବୟାନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମନୋଜ । ସେ କହିଛନ୍ତି ଯେ ଅଭିଯୁକ୍ତ ଛାତ୍ର ମୋର ଦୂର ସମ୍ପର୍କୀୟ ଚିହ୍ନା ପରିଚିତ । ମୁଁ କେବେ ଟିଉସନ୍ ଫି ମାଗିନାହି । କିନ୍ତୁ ସୁପାରି ଦେଇ ପୁଅକୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ଘଟଣା ପଛରେ ଆହୁରି ଏକାଧିକ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ କହିଛନ୍ତି ଯେ ମନୋଜଙ୍କ ସହ ପୂର୍ବରୁ କାହା ସହ ଶତ୍ରୁତା ନଥିଲା । ଟିଉସନ୍ ଫି ପାଇଁ ଅଭିଯୁକ୍ତ ତାଙ୍କ ପୁଅକୁ ମାରିବା ଘଟଣା ଅବିଶ୍ୱସନୀୟ । ଏହା ପଛରେ କିଛି ଗୋଟେ ଘଟଣା ରହିଛି । ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ମନୋଜ ପାଲଟାସିଂ ନିଜ ଘରେ ପିଲାମାନଙ୍କୁ ଟିଉସନ୍ କରି ଆସୁଛନ୍ତି । ପୂର୍ବରୁ ଅଭିଯୁକ୍ତ ନାବାଳକର ଗାଁରେ ତାଙ୍କ ମାମୁଘରେ ରହି ମନୋଜଙ୍କ ପାଖରେ ଟିଉସନ୍ ହେଉଥିଲେ । ପଢ଼ା ସରିବା ପରେ ସେ ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢୁଛନ୍ତି । ହଠାତ୍ ଗତକାଲି ଅଭିଯୁକ୍ତ ଘରେ ପସି ତାଙ୍କ ପୁଅ ଶୁଭମକୁ ଛୁରୀମାଡ଼ କରି ଦୌଡ଼ି ପଲାଇଥିଲା । କିଛି ସମୟ ପରେ ଘର ଭିତରୁ ଚିତ୍କାର ଶୁଭିବାରୁ ମା’ ଦୌଡ଼ି ଯାଇ ଦେଖିଲେ କି ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିଲେ । ଚିତ୍କାର ଶୁଣି ବାପା ଓ ଭଉଣୀ ଉପର ମହଲା ଘରେ ଟିଉସନ୍ ଛାଡ଼ି ଧାଇଁ ଆସି ଏଭଳି ସ୍ଥିତି ଦେଖିଥିଲେ । ପରିବାର ଲୋକେ ଶୁଭମକୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ଡାକ୍ତର ସେଠାର ମୃତ ଘୋଷଣା କରିଥିଲେ ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରୁ ଅଭିଯୁକ୍ତ ହତ୍ୟାରେ ବ୍ୟବହୃତ କରିଥିବା ଛୁରୀ, ବ୍ୟାଗ୍ କୁ ଜବତ କରିଥିଲା । ପରେ ପୁଲିସ୍ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରିଥିଲା । ଏ ନେଇ ଥାନାରେ ଏକ କେସ ନଂ ୩୭୮/୨୩ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି । ଅନ୍ୟପଟେ ଅଭିଯୁକ୍ତର ମା’ କହିଛନ୍ତି ଯେ ଶୁଭମକୁ ଯିଏ ହତ୍ୟା କରିଛି ସେ ମୋ ପୁଅକୁ ତାଙ୍କ ଘର ଦେଖାଇବାକୁ କହିଥିଲା । ମୋ ପୁଅ ଠାରୁ ବ୍ୟାଗ ଓ ଚପଲ ନେଇଥିଲା । ହତ୍ୟା କରିବା ପରେ ତାଙ୍କ ଘରେ ଫୋପାଡ଼ି ପଳାଇ ଥିଲା । ଯଦି ସେ ହତ୍ୟା କରିଥିବ ତାହେଲେ କାହା ଚାପରେ ହତ୍ୟା କରିଛି ବୋଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button