ରାଜ୍ୟ

ଓଲିଉଡ୍ କଳି: ବୈଠକକୁ ଆସିଲେନି ମନୋଜ – Ibnodisha

[ad_1]

ଭୁବନେଶ୍ୱର : ଆସିଲେନି ମନୋଜ ମିଶ୍ର, ଝୁଲି ରହିଲା ବିବାଦ। OFDCର ଉଦ୍ୟମ ପରେ ବି ଓଲିଉଡ୍ କଳାକାରଙ୍କ କଳିଲେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ। ମନୋଜ ମିଶ୍ରଙ୍କ ଉପରେ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ୍ ଲଗାଇଥିବା ବ୍ୟାନ୍ ହଟାଇବାକୁ ଆଜି କଟକ ସ୍ଥିତ OFDC ଅଫିସରେ ଏକାଠି ହୋଇଥିଲେ କଳାକାର ଓ ପ୍ରଯୋଜକ ସଂଘ।

ତେବେ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ କହିବା କଥା, ଏ ଆଲୋଚନା ପୂର୍ବରୁ ମନୋଜଙ୍କୁ ଆସିବାକୁ ସେ ବାରମ୍ବାର ଫୋନ୍ କରିଥିଲେ। ହେଲେ ମନୋଜଙ୍କଠୁ କୌଣସି ଉତ୍ତର ମିଳିନଥିଲା। ଆଜିର ବୈଠକ ବେଳେ ମଧ୍ୟ ମନୋଜଙ୍କୁ ଯାଇଥିଲା କୁନା ତ୍ରିପାଠୀଙ୍କ ଫୋନ୍ କଲ। ଆଉ ଏହାର ଉତ୍ତରରେ  ମନୋଜ ତାଙ୍କ ମୂଳ ବ୍ୟାନ୍ ପ୍ରସଙ୍ଗ ଛାଡ଼ି ଅନ୍ୟ କିଛି ପ୍ରସଙ୍ଗରେ ଦାବି ରଖିଥିବା କଥା କହିଛନ୍ତି OFDC ଅଧ୍ୟକ୍ଷ।

ଅନ୍ୟପଟେ ସୋସିଆଲ ମିଡିଆରେ ମନୋଜ ଲେଖିଛନ୍ତି, କୁନା ତ୍ରିପାଠୀ ମୋତେ ଫୋନ୍ କରିଥିଲେ। ମୁଁ ତାଙ୍କୁ ସମାଧାନର ବାଟ କହିଛି। ସେପଟେ ବୈଠକରେ ଯୋଗ ଦେଇଥିବା ପ୍ରୟୋଜକ ସଂଜୟ ନାୟକ, ଅରିନ୍ଦମ୍ ରୟ, କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ ଓ ଅନ୍ୟ କିଛି ପ୍ରଯୋଜକ ମଧ୍ୟ ମନୋଜ ମିଶ୍ରଙ୍କ ଅନୁପସ୍ଥିତି, ସେମାନଙ୍କୁ ନିରାଶ କରିଥିବା କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button