ରାଜନୀତି

ଗତ ୯ବର୍ଷରେ ଓଡିଶା ପାଇଛି ୧୮ଲକ୍ଷ ୮୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଓ ସହାୟତା ରାଜ୍ୟବାସୀଙ୍କୁ ହିସାବ ଦିଅନ୍ତୁ ରାଜ୍ୟ ସରକାର: ମନମୋହନ ସାମଲ – Ibnodisha

[ad_1]

 ଓଡିଶାର ବିକାଶ ପାଇଁ ବଦ୍ଧପରିକର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ପଦାଧିକାରୀ ବୈଠକରେ ଧନ୍ୟବାଦ ଜ୍ଞାପନ
 ଶାସନକୁ ଆସିବାର ୨୪ ଘଂଟା ଭିତରେ ଚିଟଫଣ୍ଡ କ୍ଷତିଗସ୍ତଙ୍କ ଟଙ୍କା ଫେରାଯିବା ସହିତ ବାସହୀନଙ୍କ ପାଇଁ ପକ୍କା ଘର, ସମସ୍ତଙ୍କୁ ଶୁଦ୍ଧ ପିଇବା ପାଣି, କଲେଜରେ ଛାତ୍ର ସଂସଦ ନିର୍ବାଚନ, ଚାଷୀଙ୍କ ଆୟକୁ ଦ୍ୱିଗୁଣୀତ କରିବା ପାଇଁ ସମସ୍ତ ସୁଦୃଢ ବ୍ୟବସ୍ଥା କରିବ ବିଜେପି
 ଶ୍ରୀମନ୍ଦିର ଏବଂ ଗୋମାଂସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମଗ୍ର ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବା ସହିତ ଗାଁ ଗାଁରେ ଏଭଳି ଅକ୍ଷମଣୀୟ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି
 ପ୍ରତ୍ୟେକ ବିଧାନସଭା ସ୍ତରରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ କରିବ ବିଜେପି
ଭୁବନେଶ୍ୱର : ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଅଂଶ, କେନ୍ଦ୍ରୀୟ ଉଦ୍ୟୋଗମାନଙ୍କ ବ୍ୟୟ ବରାଦ ବାବଦରେ ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଓ ସହାୟତା ଓଡ଼ିଶାକୁ ଦେଇଛନ୍ତି । ଅର୍ଥାତ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ବର୍ଷକୁ ପ୍ରାୟ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଅନୁଦାନ ଆକାରରେ ପଠାଇଛନ୍ତି । ଏହି ଟଙ୍କାକୁ ରାଜ୍ୟ ସରକାର କ’ଣ ଖର୍ଚ୍ଚ କଲେ, ତାହା ବିଜେପି ପ୍ରଶ୍ନ କରୁଥିଲେ ମଧ୍ୟ ଦାୟିତ୍ୱହୀନ ରାଜ୍ୟ ସରକାର ଏହାର ଉତର ଦେଉନାହାନ୍ତି । ରାଜ୍ୟ ସରକାର ମୌନ ଧାରଣ ନକରି ଏହାର ବିସ୍ତୃତ ଜବାବ୍ ରାଜ୍ୟବାସୀଙ୍କୁ ଯଥାଶୀଘ୍ର ଦିଅନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦାବି କରିଛନ୍ତି ।

କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ସମସ୍ତ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାରେ ସଫଳ ହୋଇଛନ୍ତି । ଭାରତବର୍ଷର ଅର୍ଥନୀତିକୁ ମୋଦିଜୀ ବିଶ୍ୱର ୫ମ ସ୍ଥାନରେ ପହଂଚାଇଛନ୍ତି ଏବଂ ଆଗାମୀ ୨୦୪୭ସୁଦ୍ଧା ଭାରତ ବିଶ୍ୱଗୁରୁ ଓ ପରମ ବୈଭବଶାଳୀ ହେବା ଦିଗରେ ଅନବରତ କାର୍ଯ୍ୟ କରିଚାଲିଛନ୍ତି । ଚନ୍ଦ୍ରାୟନ, ଜି-୨୦ ସମ୍ମିଳନୀ, ଅଗ୍ନିବୀର, କାଶ୍ମୀରରେ ୩୬୫ ଧାରାର ଉଚ୍ଛେଦ, ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା, ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ଦେଶ ତଥା ବିଶ୍ୱର ନେତୃତ୍ୱ ନେଇଥିବା ମୋଦିଜୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଂଟି ଉପରେ ସାରା ଦେଶର ଭରସା ବଢ଼ିଛି । ମୋଦିଜୀଙ୍କ ଯୋଜନାକୁ ଓଡ଼ିଶା ପ୍ରଦେଶରେ ଗାଁ ଗାଁରେ ପହଂଚାଇବା ବିଜେପି ଆଜି ସଂକଳ୍ପ ନେଇଛି ।

ଗରୀବ କଲ୍ୟାଣ ଯୋଜନାରେ ଦେଶର ୮୦କୋଟି ଲୋକଙ୍କୁ ମାଗଣା ଖାଦ୍ୟାନ୍ନ ଯୋଗାଇ ଦିଆଯାଉଛି । ଓଡ଼ିଶାର ୩କୋଟି ୨୫ଲକ୍ଷ ଲୋକ ମୋଦି ସରକାରଙ୍କର ଏହି ଯୁଗାନ୍ତକାରୀ ଯୋଜନାରେ ମାସକୁ ୫କିଲୋ ଚାଉଳ ମାଗଣାରେ ପାଉଛନ୍ତି । ଏହି ଯୋଜନାକୁ ଆହୁରି ୫ବର୍ଷ ପାଇଁ ବୃଦ୍ଧି କରଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାର ୨୮ଲକ୍ଷ ଗରୀବ ଲୋକଙ୍କୁ ପକ୍କା ଘର, ଜଳ ଜୀବନ ମିଶନରେ ୬୧ଲକ୍ଷ ପରିବାରଙ୍କୁ ଟ୍ୟାପ ଯୋଗେ ପିଇବା ପାଣି, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତକରଣ ଯୋଜନାରେ ମାଗଣା ବିଜୁଳି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫୫ଲକ୍ଷ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ଏସବୁ ଓଡ଼ିଶାର ଗରୀବ ଲୋକଙ୍କ ଜୀବନ ଧାରଣରେ ପରିବର୍ତନ ଆଣିଛି । ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ରାଜ୍ୟରେ ଘରେ ଘରେ ପହଂଚିବା ପାଇଁ ନିଷ୍ପତି ନିଆଯାଇଛି । ଆଜିର ପଦାଧିକାରୀ ବୈଠକରେ ଓଡିଶାର ବିକାଶ ପାଇଁ ବଦ୍ଧ ପରିକର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ଅନ୍ୟ ପଟେ ଓଡିଶାରେ କିଏ ସରକାର ଚଳାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ବେଦନଶୀଳ ଶ୍ରୀମନ୍ଦିର ଏବଂ ଗୋମାଂସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମଗ୍ର ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବା ସହିତ ଗାଁ ଗାଁରେ ଏଭଳି ଅକ୍ଷମଣୀୟ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ୨୪ବର୍ଷ ଶାସନରେ ରାଜ୍ୟ ସରକାର କେତେ ଜଳସେଚନ କରିଛନ୍ତି ? ସେହିପରି କ୍ଷତିଗସ୍ତ ୪୦ଲକ୍ଷ ଚିଟଫଣ୍ଡଧାରୀଙ୍କୁ ଟଙ୍କା କେବେ ଫେରାଇବେ ରାଜ୍ୟ ସରକାର? ରାଜ୍ୟରେ କୃଷିଭିତିକ ଓ ପର୍ଯ୍ୟଟନ ଶିଳ୍ପର ଅଧୋଗତି କାହିଁକି ? ଖଣି, ଖାଦାନର କ’ଣ ‘ଭେଲୁଏଡିସନ’ କଲେ? ଦେଢ଼କୋଟି ଯୁବକ ଦାଦନ କାହିଁକି ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ? ଶାସନକୁ ଆସିବାର ୨୪ ଘଂଟା ଭିତରେ ଅର୍ଡିନେନ୍ସ ଜାରୀ କରାଯାଇ ଚିଟଫଣ୍ଡ କ୍ଷତିଗସ୍ତଙ୍କ ଟଙ୍କା ଫେରାଯିବା ସହିତ ବାସହୀନଙ୍କ ପାଇଁ ପକ୍କା ଘର, ସମସ୍ତଙ୍କୁ ଶୁଦ୍ଧ ପିଇବା ପାଣି, କଲେଜରେ ଛାତ୍ର ସଂସଦ ନିର୍ବାଚନ, ଚାଷୀଙ୍କ ଆୟକୁ ଦ୍ୱିଗୁଣୀତ କରିବା ପାଇଁ ସମସ୍ତ ସୁଦୃଢ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ ପ୍ରତିଶୃତି ଦେଇଛନ୍ତି ।

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ମହିଳା, ବୃଦ୍ଧ ବୃଦ୍ଧା, ଶିଶୁମାନେ ଅସୁରକ୍ଷିତ । ରାୟଗଡାରେ ଜଣେ କାର୍ଯ୍ୟରତ ଦିବ୍ୟାଙ୍ଗ ମହିଳା ଲକ୍ଷ୍ମୀ ମାଝୀଙ୍କୁ ପୋଡି ମାରି ଦିଆଗଲା । ବିଜେପି ମହିଳାମୋର୍ଚ୍ଚା ତରଫରୁ ହତ୍ୟାକୁ ନେଇ ଆନ୍ଦୋଳନ କରାଯିବା ସହିତ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି ମଧ୍ୟ କଲା । ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ କେବେ ଅନୁମତି ଦେବେ? ପ୍ରତି ଅଢ଼େଇ ଘଂଟାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ନବୀନ ସରକାରରେ ଓଡ଼ିଶା ନାରୀ ନିର୍ଯ୍ୟାତନା ୧ନମ୍ବର ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟରୁ ଧରାପଡିଥିବା ୩୫୦କୋଟି କଳାଟଙ୍କା କାହାର? ବର୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦୁଟିଏ କହିନାହାନ୍ତି । ଧାନକିଣାରେ କଟନୀ ଛଟନୀ, ଅଭାବୀ ବିକ୍ରୀ ସମସ୍ୟା ଦୁରୀକରଣ ପାଇଁ କାହିଁକି କଠୋର ପଦକ୍ଷେପ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର ? ଆଦିବାସୀ ବିରୋଧୀ ରାଜ୍ୟ ସରକାର ଆଦିବାସୀଙ୍କୁ ଭୁମିହୀନ କରିବାର ଷଡଯନ୍ତ୍ର ରଚିବା ଅତ୍ୟନ୍ତ ଲଜ୍ଜାଜନକ । । ସେହିପରି କଲେଜ ନିର୍ବାଚନକୁ ବନ୍ଦ କରିଦେଇ କ୍ୟାଂପସରେ ଦଳୀୟ କାର୍ଯ୍ୟକ୍ରମ କରିବା ବିଜୁ ଜନତା ଦଳର କଦର୍ଯ୍ୟ ମାନସିକତାକୁ ସ୍ପଷ୍ଟ କରିଛି ।

ଗଣତନ୍ତ୍ର ଓ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇଥିବା ରାଜ୍ୟ ସରକାର ଓଡିଶାବାସୀଙ୍କୁ ସାମ୍ନା କରିବାର ସାହସ ହରାଇ ବସିଛନ୍ତି । ୪୦ଦିନର ବିଧାନସଭାକୁ ୪ଦିନରେ ଶେଷ କରି ଦେବା ବଡ ଦୁଃଖ ଓ ପରିତାପର ବିଷୟ । ପ୍ରତି ପଂଚାୟତରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି । କୋଟି କୋଟି ଟଙ୍କା ହଡପ୍ କରାଯାଉଛି । ସରପଂଚ, ସମିତି ସଭ୍ୟ ଏବଂ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧିଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି । ଏନେଇ ପ୍ରତ୍ୟେକ ବିଧାନସଭା ସ୍ତରରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ କରିବ ବିଜେପି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗତ ଦୁଇ ଦିନ ଧରି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button