ରାଜନୀତି

ବିଜେଡି, କଂଗ୍ରେସକୁ ଆକ୍ଷେପ କଲେ ଆସାମ ମୁଖ୍ୟମନ୍ତ୍ରୀ: ‘ବିଜେଡି ଯୁଗ ଶେଷ, କଂଗ୍ରେସ ହିନ୍ଦୁଙ୍କ ସହ ‌ନାହିଁ’

ପୁରୀ: ପୁରୀ ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ବିଜେଡି ଯୁଗ ଶେଷ ହୋଇଗଲାଣି। ବର୍ତ୍ତମାନର ବିଜେପି ସରକାର ବହୁତ ବଢ଼ିଆ କାମ କରୁଛନ୍ତି। ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିଜେପି ଓଡ଼ିଶା ସହ ସାରା ଦେଶରେ ଶାସନ କରିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଆଜି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବଶର୍ମା ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଶ୍ରୀ ବିଶ୍ବଶର୍ମା କହିଛନ୍ତି, ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳପୀଠ, ବୈକୁଣ୍ଠପୁର। ଅନ୍ୟ ଜାଗାରେ ନିର୍ମାଣ ହେଉଥିବା ଜଗନ୍ନାଥ ମନ୍ଦିର ମୂଳପୀଠରୁ ପ୍ରେରଣା ପାଉଛି। କିନ୍ତୁ ମୂଳପୀଠର ମହତ୍ତ୍ବ କେବେ ବି କେହି ବିନାଶ କରି ପାରିବେନି।

ଶ୍ରୀ ବିଶ୍ବଶର୍ମା କହିଛନ୍ତି, ବାଂଲାଦେଶରେ ବର୍ତ୍ତମାନ ସ୍ଥିତିରେ ହିନ୍ଦୁଙ୍କ ଉପରେ ଯେଉଁଭଳି ହିଂସା ଚାଲିଛି, ଏହାକୁ ଯେତେ ନିନ୍ଦା କଲେ ବି କମ୍‌ ହେବ। ସଂଖ୍ୟାଲଘୁଙ୍କୁ କିଭଳି ସୁରକ୍ଷା ଦିଆଯାଉଛି, ତାହା କେବଳ ଭାରତରେ ଦେଖିବାକୁ ମିଳିବ। ବାକି ପାକିସ୍ତାନ, ବାଂଲାଦେଶ ଭଳି ଦେଶରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦିଆଯାଉନି। ନିଶ୍ଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ବିଚାର କରିବେ। ଆମର ସୀମାରେ ବାଂଲାଦେଶ ଥିବାରୁ ଚିନ୍ତା ଅଧିକ ରହିଛି। ତେଣୁ ବାଂଲାଦେଶରେ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଆମେ ପ୍ରାର୍ଥନା କରୁଛୁ। ନିକଟରେ ବୈଦେଶିକ ସଚିବଙ୍କୁ ବାଲାଂଦେଶ ପଠାଯାଇଥିଲା। କିନ୍ତୁ ରାହୁଲ ଗାନ୍ଧୀ ହୁଅନ୍ତୁ କି କଂଗ୍ରେସ ନେତା, କେହି କେବେ ବି ହିନ୍ଦୁଙ୍କ ସପକ୍ଷରେ ନଥିଲେ ଓ ଆଜି ବି ନାହାନ୍ତି। ଭବିଷ୍ୟତରେ ବି ହିନ୍ଦୁଙ୍କ ସହ ରହିବେନି। ଅନୁପ୍ରବେଶ ଉପରେ ସର୍ବଦା ଆମେ ନଜର ରଖିଛୁ। ଦୈନିକ କେହି ନା କେହି ଧରା ପଡ଼ୁଛନ୍ତି। ପଶ୍ଚିମବଙ୍ଗ ସରକାର ଯଦି ସହଯୋଗ କରିବେ, ଆମେ ନିଶ୍ଚିତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିପାରିବା ବୋଲି ଶ୍ରୀ ବିଶ୍ବଶର୍ମା କହିଛନ୍ତି। ଏକ ଦେଶ, ଏକ ନିର୍ବାଚନକୁ ଆମେ ପୂର୍ଣ୍ଣ ସ୍ବାଗତ କରୁଛୁ। ପୂର୍ବରୁ ଯେଭଳି ନିର୍ବାଚନ ହେଉଥିଲା, ତାହା ବିକାଶକୁ ପ୍ରଭାବିତ କରୁଥିଲା। କିନ୍ତୁ ଏକ ଦେଶ, ଏକ ନିର୍ବାଚନ ଦେଶର ବିକାଶକୁ ପ୍ରଭାବିତ କରିବନି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button