ରାଜନୀତି

ମୋଦିଙ୍କ ଏକଛତ୍ରବାଦ ବିରୋଧରେ ଓ ଗରିବ ଜନସାଧାରଣଙ୍କ ଅଧିକାର ପାଇଁ କଂଗ୍ରେସର ନ୍ୟାୟ ଯାତ୍ରା – Ibnodisha

[ad_1]

– ରାହୁଲ ଗାନ୍ଧିଙ୍କ ଗସ୍ତ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ
-କେନ୍ଦ୍ରରେ ମୋଦିଙ୍କ ଏକଛତ୍ରବାଦ ଓ ଓଡ଼ିଶାରେ ତାମିଲ ଶାସନର ଅନ୍ତ ଘଟାଇ ଶାସନକୁ ଫେରିବ କଂଗ୍ରେସ
-ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟର ସାଧାରଣ ଜନତା ଓ ଯୁବବର୍ଗ
ଭୁବନେଶ୍ୱର,: ମୋଦି ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ, କୃଷକଙ୍କୁ ସେମାନଙ୍କ ଅଧିକାର, ଯୁବବର୍ଗଙ୍କୁ ରୋଜଗାର ଓ ମହିଳାଙ୍କୁ ସାମାଜିକ ଅଧିକାର, ସମ୍ମାନ ଓ ନ୍ୟାୟ ପ୍ରଦାନ ପାଇଁ ଗତ ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରରୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଫେବୃଆରୀ ୬ ତାରିଖ (ମଙ୍ଗଳବାର) ଅପରାହ୍ଣ ୨ଟା ୩୦ରେ ଝାଡଖଣ୍ଡ-ଓଡ଼ିଶା ସୀମାରେ ପହଂଚିବ ବୋଲି ରାଉରକେଲାଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ରାହୁଲ ଗାନ୍ଧିଜୀ ଓଡ଼ିଶା ଝାଡ଼ଖଣ୍ଡ ସୀମା ବାସଜୋଲଠାରୁ ୪୨ କିଲୋମିଟର ଦୂର ଅତିକ୍ରମ କରି ଓଡ଼ିଶାର ବୀରମିତ୍ରପୁରଠାରେ ପହଂଚିବେ । ସେଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତାଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ । ପରେ ସେଠାରେ ଆମକୁ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ହସ୍ତାନ୍ତର କରାଯିବ । ସେଠାରୁ ୧୧କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧି ରାମପାଲର ବିଜାବାହାଲଠାରେ ରାତ୍ରିଯାପନ କରିବେ । ସେଠାରେ ରାତ୍ରି ରହଣୀ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ହୋଇଛି । ପରଦିନ ଅର୍ଥାତ୍ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ୨୫ତମ ଦିବସ ତଥା ଫେବୃଆରୀ ୭ ତାରିଖ ସକାଳ ୮.୪୫ରେ ରାହୁଲ ଗାନ୍ଧି ଶିବିର ଛାଡ଼ିବେ । ସକାଳ ୯ଟା ୩୦ରେ ରାଉରକେଲା ଉଦିତ୍‌ନଗର (ଏସ୍‌ପି ଅଫିସ) ଠାରୁ ଯାତ୍ରା ଆରମ୍ଭ ହେବ । ସେଠାରୁ ସାଢ଼େ ୩ କିଲୋମିଟର ଦୂର ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ପରେ ୨୫ କିଲୋମିଟର ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡିଆଠାରେ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ଣ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ । ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧି ଉଦ୍‌ବୋଧନ ଦେବେ । ପରେ ୩୨ କିମି ଦୂର ବାରଗାଁଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୬୦କିଲୋମିଟର ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ଣ ୪ଟା ୩୦ରେ ପଦଯାତ୍ରା ପହଂଚିବ । ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧୀ ରାତ୍ରି ରହଣୀ କରିବେ ।
ପରଦିନ ଅର୍ଥାତ୍ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ୨୬ତମ ଦିବସ ଫେବ୍ରୁଆରୀ ୮ ତାରିଖ ସକାଳ ୮ଟାରୁ ଝାରସୁଗୁଡ଼ା, ମହାତ୍ମା ଗାନ୍ଧି ଛକ ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହେବ । ଝାରସୁଗୁଡ଼ା ଟାଉନ ବେହେରାମାଳ କିଷାନ ଛକ ହୋଇ ମଧ୍ୟାହ୍ନ ୧୨ଟାରେ ୪୫ କିମି ଦୂର ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ ଯାତ୍ରା ପହଂଚିବ । ସେଠାରୁ ୭କିମି ଦୂର କୁରେଇମାଳଠାରେ ମଧ୍ୟାହ୍ନଭୋଜନ କରିବେ । ପୁଣି ଅପରାହ୍ଣ ୨ଟାରେ ପଦଯାତ୍ରା ଆରମ୍ଭ ହୋଇ୧୮କିମି ଦୂର ଝାରସୁଗୁଡ଼ାର କନକତୋରା ଠାରେ ପହଂଚିବ । ଅପରାହ୍ଣ ୩ଟା ୪୫ରେ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଯାତ୍ରା ପହଂଚିବା ପରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତାମାନଙ୍କୁ ପତାକା ହସ୍ତାନ୍ତର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଯିବା ଫଳରେ ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତା, ଜନସାଧାରଣ ଓ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଦେଶର ଜନସାଧାରଣଙ୍କୁ ନ୍ୟାୟ ଓ ଅଧିକାର ପ୍ରଦାନ ନିମନ୍ତେ ଏ ଲଢ଼େଇ ଜାରି ରହିବ । ଆଗାମୀ ଦିନରେ ଦୁର୍ନୀତିଗ୍ରସ୍ତ ବିଜେପି ଓ ବିଜେଡି ସରକାରକୁ ହଟେଇ କଂଗ୍ରେସ ପୁଣି ଦେଶରେ ଓ ରାଜ୍ୟରେ ସରକାର ଗଠନ କରିବ ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଏଆଇସିସି ସମ୍ପାଦକ ଓଡ଼ିଶା ସହପ୍ରଭାରୀ ସାହାନୱାଜ ଚୌଧୁରୀ, ଏଆଇସିସି ସମ୍ପାଦକ ବିଏମ ସନ୍ଦିପ, ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା, ଗଣମାଧ୍ୟମ ଓ ଯୋଗାଯୋଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି, ଜାତୀୟ ଗଣମାଧ୍ୟମ ସଂଯୋଜକ ବବିତା ଶର୍ମା, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଓ ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button