ରାଜନୀତି

ଧର୍ମେନ୍ଦ୍ରଙ୍କୁ କଡା ଜବାବ ଦେଲେ ପ୍ରଣବ; ପ୍ରଶ୍ନର ଉତ୍ତର ଦେବା ବଦଳରେ କ୍ରୋଧାନ୍ୱିତ ହୁଅ ନାହିଁ – Ibnodisha

[ad_1]

– ସତର ଆଇନା ଦେଖାଇଲେ ରାଗି ଯାଉଛନ୍ତି ଧର୍ମେନ୍ଦ୍ର
– ରାଗିବା ଯୋଗୁଁ ନିଜର ରକ୍ତଚାପ ବଢାଉଛନ୍ତି କେନ୍ଦ୍ରମନ୍ତ୍ରୀ
– ରକ୍ତଚାପ ହ୍ରାସ ପାଇଁ ଯୋଗ କରିବାକୁ ପ୍ରଣବଙ୍କ ପରାମର୍ଶ

ଭୁବନେଶ୍ୱର :ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଜବାବ ଦେଇଛନ୍ତି । ଟୁଇଟ୍‍ କରି ପ୍ରଣବ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ନିଶାଣ କରିବା ସହିତ ତାଙ୍କ ଅପାରଗତା ନେଇ ଆଇନା ବି ଦେଖାଇଛନ୍ତି । ପ୍ରଣବ ସିଧାସଳଖ କହିଛନ୍ତି ଯେ ଶ୍ରୀ ପ୍ରଧାନଙ୍କୁ ତାଙ୍କ ଅପାରଗତାର ଆଇନା ଦେଖାଇଲେ ସେ ଚିଡି ଯାଉଛନ୍ତି । ପ୍ରଶ୍ନ ପଚାରିଲେ ସେ ଜୋରରେ ରାଗିଯିବା ସହିତ ତାଙ୍କ ରକ୍ତଚାପ ବଢି ଯାଉଛି । ତେଣୁ ଚିଡିଚିଡା ହୋଇ ବଢୁଥିବା ରକ୍ତ ଚାପକୁ କମାଇବା ପାଇଁ ପୂର୍ବଭଳି ନିୟମିତ ଯୋଗ କରିବାକୁ ପ୍ରଣବ ବି ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି । ଟୁଇଟ୍‍ କରି ପ୍ରଣବ କହିଛନ୍ତି ଯେ ଶ୍ରୀ ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେଲେ ନିଜମାଟି ପାଇଁ ଗୋଟେ ନୂଆ ବିଶ୍ୱ ବିଦ୍ୟାଳୟ କରିବା ତ ଦୂରର କଥା, ନିଜ ଜିଲ୍ଲା ଅନୁଗୁଳ କିମ୍ବା ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହାର ନବୋଦୟ ବିଦ୍ୟାଳୟ ଟିଏ କରିପାରି ନାହାନ୍ତି ।

ସେହିଭଳି ଦକ୍ଷତା ବିକାଶ କେନ୍ଦ୍ରଟିଏ ବିସ୍ଥାପନ କରିପାରି ନାହାନ୍ତି । କେବଳ ସେତିକି ନୁହେଁ ନିଜ ଟୁଇଟ୍‍ରେ ପ୍ରଣବ ୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ସଂକ୍ରାନ୍ତରେ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ରାଜପଥ କାର୍ଯ୍ୟ ୧୦ ବର୍ଷ ହେଲା ସରି ପାରୁନାହିଁ । ଯାହା ଖବର ମିଳୁଛି ଶ୍ରୀ ପ୍ରଧାନ ଏବେ ଖାଲଖମା ଯୋଗୁଁ ଜାତୀୟ ରାଜପଥ ବଦଳରେ ରାଜ୍ୟ ରାଜ ପଥରେ ଯିବାକୁ ଅଧିକ ଭରସା କରୁଛନ୍ତି । ସେହିଭଳି କାମାକ୍ଷା ପ୍ରସାଦ ସିଂହଦେଓ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ନିଜ ଜିଲ୍ଲା ପାଇଁ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ କରାଇଥିଲେ ସେ ସଂକ୍ରାନ୍ତରେ ପ୍ରଣବ ତାଙ୍କ ଟୁଇଟ୍‍ରେ ମନେ ପକାଇ ଦେଇଛନ୍ତି । ଏଥି ସହିତ ଏଭଳି ପ୍ରଶ୍ନ ଶୁଣି ରାଗିବା ଯୋଗୁଁ କିଭଳି ଧର୍ମେନ୍ଦ୍ରଙ୍କ ରକ୍ତଚାପ ବଢିଯାଇଛି ତାହା ଉଲ୍ଲେଖ କରିବା ସହିତ ଆର୍ନ୍ତଜାତୀୟ ଯୋଗ ଦିବସରେ ଯେଭଳି ଯୋଗ କରୁଥିଲେ ଅନୁରୂପ ଭାବେ ନିୟମିତ ଯୋଗ ଜାରି ରଖିବାକୁ ପ୍ରଣବ ପରାମର୍ଶ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button