ରାଜନୀତି

ଅଗସ୍ତା ଡିଲରେ ମିଶେଲଙ୍କର ବଡ ବୟାନ “ଗାନ୍ଧୀ ପରିବାରର ନାଁ ନେବା ପାଇଁ ମୋ ଉପରେ ଚାପ ପକାଯାଉଛି” – ଜାଣନ୍ତୁ ପୁରା ଘଟଣା

କେନ୍ଦ୍ରର ମୋଦୀ ସରକାର ଅତୀତରେ ହୋଇଥିବା ସବୁ ଘୋଟାଲାକୁ ନେଇ ବହୁତ କଡା ହୋଇଯାଇଛନ୍ତି । ସରକାର ବର୍ତ୍ତମାନ ଘୋଟାଲା କରିଥିବା କୌଣସି ବ୍ୟକ୍ତିକୁ ଛାଡିବ ନାହିଁ । କିଛି ଦିନ ତଳେ ଅଗସ୍ତା ଡିଲର କଥିତ ବିଚୌଲିୟେଙ୍କୁ ଭାରତ ଅଣାଗଲା ଏହା ଦ୍ଵାରା ଦେଶର ସିୟାସତ ଗରମ ହୋଇଗଲା ଏବଂ ସେପଟେ କଙ୍ଗ୍ରେସର ଟେଂସନ ବଢିଗଲାଣି ଏବଂ ବିଜେପି ପାଇଁ ଏହା ଖୁସି ଖବର ଅଟେ । ଅଗସ୍ତା ଡିଲରେ ହୋଇଥିବା ଘୋଟାଲାକୁ ନେଇ ବିଜେପି ଗାନ୍ଧୀ ପରିବାରର ଅସଲି ଚେହେରା ଖୋଲିବାରେ ଚେଷ୍ଟା କରୁଛି ।

ଅଗସ୍ତା ଡିଲ ମାମଲାରେ ଘୋଟାଲାକୁ ଜାଞ୍ଚ କରୁଥିବା ସିବିଆଇ ଟିମ ମଙ୍ଗଳବାର ବେଶୀ ରାତିରେ କଥିତ ବିଚୌଲିଏ କ୍ରିଶ୍ଚିୟନ ମିଶେଲଙ୍କୁ ଦୁବଈରୁ ଭାରତ ନେଇ ଆସିଛନ୍ତି, କଥିତ ବିଚୌଲିଏ କ୍ରିଶ୍ଚିୟନ ମିଶେଲଙ୍କୁ ଦୁବଈରୁ ଗିରଫତାର ପରେ ବୟାନ ଦେଲେ କି ତାଙ୍କୁ ଏହି ମାମଲାରେ ଆରୋପି ଏଥିପାଇଁ କୁହାଯାଉଛି ଯେ, ବର୍ତ୍ତମାନର ସରକାର ଚାହୁଛନ୍ତି ଯେ ଏହି ଡିଲରେ ପୂର୍ବ ପିଏମ ମନମୋହନ ସିଂହ ଏବଂ ଗାନ୍ଧୀ ପରିବାରଙ୍କର ନାମ ନେବି ।

ପିଏମ ମୋଦୀ ଇଲେକ୍ସନ ରାଲିରେ କରିଲେ କଂଗ୍ରେସ ଉପରେ ବାର

ମିଶେଲଙ୍କୁ ଭାରତ ଆଣିଲା ପରେ ପିଏମ ମୋଦୀ ଇଲେକ୍ସନ ରାଲିରେ କଂଗ୍ରେସ ଉପରେ ପ୍ରହାର କରି କହିଲେ କି ବର୍ତ୍ତମାନ ନାମ ବେଶୀ ସମୟ ପର୍ଯ୍ଯନ୍ତ ରହି ପାରିବ ନାହିଁ, କାରଣ ହେଲିକପ୍ଟର ଘୋଟାଲାରୁ ବାହାରିଥିବା କଥାକୁ ଜାଞ୍ଚ କରାଯିବ । ବର୍ତ୍ତମାନ ବିଜେପି ଭାବୁଛି ଯେ କଂଗ୍ରେସ ଯାହା ବି ଅଛି ସେଗୁଡିକି ବି ସବୁ ଶେଷ ହୋଇଯିବ ।

ମିଶେଲ ଆଗକୁ କହିଲେ କି, କାହିଁକି ନା ମୁଁ ପୂର୍ବ ସରକାର ସହିତ ରକ୍ଷା ମନ୍ତତ୍ରାଳୟକୁ ହେଲିକପ୍ଟର ସପ୍ଲାଇ କରିବାରେ ସାମିଲ ଥିଲି ଏବଂ ମୁଁ ତିନି ବର୍ଷ ପୂର୍ବରୁ ଭାରତ ଯାଇଥିଲି । ସେ ଆଗକୁ ବି କହିଲେ କି ମୁଁ ମନମୋହନ ସିଂହଙ୍କ ନେତୃତ୍ଵରେ ଥିବା ସରକାର ସହିତ କାମ କରିଛି ଏବଂ ୨୦୧୪ରେ ସରକାର ବଦଳି ଗଲା, ଯେଉଁ କାରଣରୁ ବର୍ତ୍ତମାନ ତାଙ୍କୁ ପୂର୍ବ ସରକାର ବିରୁଦ୍ଧରେ କହିବା ପାଇଁ କୁହା ଯାଉଛି ।

କଣ ଅଟେ ମାମଲା ?

ମନେପକାଇଦେଉଛୁ ଯେ ୨୦୧୦ରେ ଭାରତୀୟ ବାୟୁସେନା ପାଇଁ ୧୨ ଟି ଭିଭିଆଇପି ହେଲିକପ୍ଟର କିଣିବା ପାଇଁ ଏଂଗ୍ଲୋ-ଇତାଲୱୀ କମ୍ପାନୀ ଅଗସ୍ତା-ୱେସ୍ଟଲୈଂଡ ଏବଂ ଭାରତ ସରକାର ମଧ୍ୟରେ ଡିଲ ହୋଇଥିଲା । କିନ୍ତୁ ଜାନୁୟାରୀ ୨୦୧୪ରେ ଭାରତ ସରକାର ୩୬୦୦ କୋଟି ଟଙ୍କାକୁ ଅଟକାଇ ଦେଇଥିଲା, କାରଣ ଆରୋପ ଥିଲା କି ଏଥିରେ ୩୬୦ କୋଟି ଟଙ୍କା କମିଶନ ନିଆ ଯାଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button