ରାଜନୀତି

ଟିକେଟ ପାଇ ମଧ୍ୟ ନିର୍ବାଚନ ଲଢ଼ିବାକୁ ମନା କଲେ ପବନ ସିଂହ – Ibnodisha

[ad_1]

ଆସାନସୋଲ: ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଭୋଜପୁରୀ ଅଭିନେତା ପବନ ସିଂହଙ୍କୁ ଆସାନସୋଲରୁ ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ ପବନ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଅବଶ୍ୟ ସେ ଏଥିପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଗତକାଲି ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୯୫ ଜଣିଆ ଏହି ତାଲିକାରେ ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା ଆସନରୁ ଭୋଜପୁରୀ ଗାୟକ ପୱନ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ପ୍ରାର୍ଥୀ ଘୋଷଣାର ଦିନକ ପରେ ଲଢିବାକୁ ମନା କରିଦେଇଛନ୍ତି ପୱନ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘‘ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ । ଦଳ ମୋତେ ବିଶ୍ୱାସ କଲା ଓ ପଶ୍ଚିମବଙ୍ଗ ଆସାନସୋଲରୁ ପ୍ରାର୍ଥୀ ଘୋଷଣା କଲା, ହେଲେ କିଛି କାରଣରୁ ମୁଁ ଆସାନସୋଲରୁ ଲଢି଼ପାରିବି ନାହିଁ।’’ସୋସିଆଲ ମିଡିଆରେ ଲଢିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ବି ଏହାର କାରଣ ଉଲ୍ଲେଖ କରିନାହାନ୍ତି ପୱନ ସିଂହ। ଚର୍ଚ୍ଚା ହେଉଛି ବିଜେପି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରଠାରୁ ସୋସିଆଲ ମିଡିଆରେ ଜୋରଦାର ସମାଲୋଚନା କରୁଛି ଟିଏମସି । ପୱନ ସିଂହଙ୍କ ଗୀତଗୁଡିକ ଅଶ୍ଳୀଳ ଏବଂ ମହିଳା ବିରୋଧୀ କହି ଟାର୍ଗେଟ କରିଆସୁଛନ୍ତି ଟିଏମସି ନେତା । ସେଥିପାଇଁ ସେ ଆସୋନସୋଲରୁ ଲଢିବାକୁ ଅରାଜି ଥିବା କୁହାଯାଉଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button