ରାଜନୀତି

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ନୀତି ଆୟୋଗ ବୈଠକ ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ।ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗ ଦେବେ। ପରବର୍ତ୍ତୀ ସମୟରେ ବିଜେପିର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ରହିଛି। ଏହାସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟିବେ ସିଏମ୍।

ଗତ ୨୩ ତାରିଖରେ ଆସିଥିବା ସାଧାରଣ ବଜେଟ୍‌ରେ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଣଦେଖା କରାଯାଇଥିବାରୁ ରାଗି ଯାଇ ଇଣ୍ଡିଆ ମିଳିତ ମଞ୍ଚର ଦଳଗୁଡିକ ନୀତି ଆୟୋଗ ବୈଠକକୁ ବହିଷ୍କାର କରିବାକୁ ଘୋଷଣା କରିଥିଲେ ଅତିକମ୍‌ରେ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକକୁ ଯିବେନି। ସେଥିମଧ୍ୟରୁ କଂଗ୍ରେସ ଶାସିତ ରାଜ୍ୟର ତିନିଜଣ ମୁଖ୍ୟମନ୍ତ୍ରୀ ଥିବା ବୋଲି ଜଣାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button