ଅପରାଧ

ରାଉଲକେଲାରେ ଚାଞ୍ଚଲ୍ୟ ,୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲାରେ ଚାଞ୍ଚଲ୍ୟ। ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ, ପୀଡ଼ିତା ଓ ଦୁଇ ଅଭିଯୁକ୍ତ ଦିନ ମଜୁରିଆଭାବେ କାମ କରୁଥିଲେ। ଏଣୁ ତିନିଜଣଙ୍କ ମଧ୍ୟରେ ଚିହ୍ନା ପରିଚୟ ଥିଲା। ପୀଡ଼ିତା ମନ୍ଦିରରୁ ଫେରୁଥିବାବେଳେ କାମକୁ ଯିବା ବାହାନାରେ ଅଭିଯୁକ୍ତ ଦ୍ୱୟ ପୀଡିତାଙ୍କୁ ଅପହରଣ କରିନେଲେ। ଏହାପରେ ପୀଡ଼ିତାଙ୍କୁ ବନ୍ଧୁକ ରଖି ଏକାଧିକ ସ୍ଥାନରେ ୪ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣାରେ ପ୍ଲାଣ୍ଟ ସାଇଟ୍ ପୁଲିସ ଦୁଇ ଅଭିଯୁକ୍ତ ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରିର ଏତୁଆ ଓରାମ ଏବଂ ଶଙ୍କର କିସାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button