IBN ଓଡ଼ିଶା ବ୍ୟୁରୋ

ପଶ୍ଚିମବଙ୍ଗକୁ ଫେରିଗଲା ଆଳୁ ଟ୍ରକ

ଆଳୁ ଫେରାଇ ନେଇଗଲେ ମମତା । ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁନି ଆଳୁ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ଥିବା ଶହ ଶହ ଆଳୁ ଟ୍ରକ ଫେରି ଯାଇଛି। ଏଭଳି ସମୟରେ ରାଜ୍ୟରେ ଆଳୁ ଦର ଆହୁରି ବଢିବ ବୋଲି ଆଶଙ୍କା ଦେଖା ଦେଇଛି। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳି ନଥିବାରୁ ଟ୍ରକ୍ ଫେରି ଯାଇଛି। ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୫୦ ଟଙ୍କା ରହିଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏବେ ଠୁ ଆଳୁ କିଣିବା ପାଇଁ ଲୋକେ ଭିଡ଼ ଜମାଇଲେଣି। ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button