ରାଜ୍ୟ

ସୃଷ୍ଟି ହେଲା ଆଉ ଗୋଟିଏ ଲଘୁଚାପ

ସୃଷ୍ଟି ହେଲା ଆଉ ଗୋଟିଏ ଲଘୁଚାପ। ଉତ୍ତର ବଙ୍ଗୋପସାଗର ଓ ବାଙ୍ଗଲାଦେଶ ସଂଲଗ୍ନ ଅଂଚଳରେ ସୃଷ୍ଟି ହେଇଛି ଏକ ଲଘୁଚାପ। କ୍ରମଶହ ପଶ୍ଚିମ ଓ ଉତର ପଶ୍ଚିମ ଦିଗକୁ ଗତିକରି ଦୁଇଦିନ ଭିତରେ ଝାଡଖଣ୍ଡ ଓ ଗ୍ୟାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ପହଂଚିବ। ଏବେ ସମୁଦ୍ର ପତନ ଠାରୁ ୭ ଦଶମିକ ୬ କିଲୋମିଟର ଉପରେ ଅଛି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଉତର ବଙ୍ଗୋପସାଗରରେ ଏ ମାସରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଏଥିସହ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଲଘୁଚାପଟି ଉତର ଓଡିଶାରେ ରହିବ । ଲଘୁଚାପ ଅଧୀକ ଘନୀଭୁତ ହୋଇ ଦୁଇ ଦିନ ଭିତରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଉପକୂଳରେ ପହଂଚିବ। ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବିଙ୍କୁ ସତର୍କ କରିଦିଆଯାଇଛି। ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ଅଭାବ ପୁରଣ ହୋଇଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button