ରାଜ୍ୟ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ତଣ୍ଟି କାଟିବାକୁ ଉଦ୍ୟମ କରି ଗାଡି ଛଡାଇ ନେଲେ ଦୁର୍ବୃତ୍ତ

ବାଲେଶ୍ୱର ଜିଲ୍ଲା ନୀଳଗିରି ମିତ୍ରପୁର ରାସ୍ତାରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।ଫ୍ୟାକ୍ଟ୍ରିରୁ କାମ ସାରି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ମିତ୍ରପୁର ନିକଟ ଚଣ୍ଡୀପୁର ଠାରେ ଏଭଳି ଘଟଣା ଘଟିଛି। ଗୁରୁତର ଯୁବକ ହେଲେ ସାରୁପାଳ ଅଞ୍ଚଳର ଅରୁଣ ବାରିକ।

ସୂଚନାନୁଯାୟୀ, ସାରୁପାଳ ଅଞ୍ଚଳର ଅରୁଣ ବାରିକ ମଙ୍ଗଳବାର ରାତିରେ ଫ୍ୟାକ୍ଟ୍ରିରୁ କାମ ସାରି ଘରକୁ ଫେରୁଥିଲେ। ମିତ୍ରପୁର ନିକଟ ଚଣ୍ଡୀପୁର ଠାରେ ତିନି ଜଣ ଯୁବକ ଅରୁଣକୁ ଅଟକାଇ ଧାରୁଆ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ଆଖିବୁଜା ଆକ୍ରମଣ କରି ବାଇକ ଛଡାଇ ନେଇଥିଲେ। ଗୁରୁତର ଭାବେ ତାଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଦୁର୍ବୃତ୍ତମାନେ ଅରୁଣଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରିବା ବେଳେ ସେ ବୁଲି ପଡିବାରୁ ତାଙ୍କ କାନ୍ଧରେ ଗଭୀର କ୍ଷତ ଲାଗିଛି। ସେହିପରି ତାଙ୍କ ପେଟକୁ ଆକ୍ରମଣ କରିବାରୁ ହାତ ଦେଖାଇବାରୁ ଆଙ୍ଗୁଳି ଛିଣ୍ଡି ଯାଇଛି। ପେଟରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ କରାଯାଇଛି ନା ଛିନତାୟୀ ପାଇଁ ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ଜଣାପଡିନି। ନୀଳଗିରି ପୋଲିସ ଛାନଭିନ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button