ରାଜ୍ୟ

ଦୁଇ ଜନଜାତି ପାଇଲେ ଓଏଏସ

ଗୁଣପୁର: ସ୍ଥାନୀୟ ରାମନାଗୁଡା ବ୍ଲକ ଉକୁମ୍ବା ପଞ୍ଚାୟତ ର ଟିକରପଡା ଗ୍ରାମର ଦେବେନ୍ଦ୍ର ଶବର ଓ ଗୁଣପୁର ବ୍ଲକ ଟିଟିମିରି ଗ୍ରାମର ବିନୋଦ ଶବର ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦେବେନ୍ଦ୍ର ପୁର୍ବରୁ ମଧ୍ୟ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ କମ୍ ନମ୍ବର ରଖି ଓଏଫଏସ ପାଇ ମାଛଖୁଣ୍ଟରେ ସବ୍ ଟ୍ରେଜେରୀ ଅଫିସର ଅଛନ୍ତି।

ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦେବେନ୍ଦ୍ର ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା। ସେ କୁଜେନ୍ଦ୍ରି ଆଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଟପର ହୋଇ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇଥିଲେ। ଏବେ ପୁଣି ସେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୫୬୩ ରାଙ୍କ ରଖିଥିବା ଜଣାପଡିଛି। ସେ ତାଙ୍କ ଚାକିରି ଜୀବନ ଏହି ଜିଲ୍ଲାରୁ ହିଁ ଜଣେ କିରାଣି ଭାବେ ଆରମ୍ଭ କରିଥିଲେ।

ଆଜି ଏହି ସଫଳତା ପାଇବା ପରେ ମାଟିର ପୁଅର ସଫଳତା ପାଇଁ ଟିକରପଡା ଗାଁ ରେ ଉତ୍ସାହ ଦେଖାଦେଇଛି। ଗୁଣପୁର ବ୍ଲକ ଟିଟିମିରି ଗ୍ରାମର ବିନୋଦ ଶବର ୬୦୦ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ତୃତୀୟ ଥର ଚେଷ୍ଟାରେ ସେ ଏଇ ସଫଳତା ହାସଲ କରିଥିବା କହିଛନ୍ତି। ବିନୋଦ ଏବେ ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଅଧିକାରୀ ଅଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button