ରାଜ୍ୟ

ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତେଜିଲା ଛାତ୍ର ଆନ୍ଦୋଳନ – Ibnodisha

[ad_1]

ପାଟନାଗଡ: ଶ୍ମିତା ଭଉଣୀ ଜିନ୍ଦାବାଦ , ପୋଲିସ ପ୍ରଶାସନ ମୁର୍ଦାବାଦ , ବଲାଙ୍ଗିର ପ୍ରଶାସନ ମୁର୍ଦାବାଦ । ଏଭଳି ନାରା ଦେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ । ନିଜ ସହପାଠୀ କୁ ଦୂର୍ଘଟଣା ରେ ହରାଇ ପ୍ରଶାସନ ର ପ୍ରତିଶ୍ରୁତି ଫେଲ ପରେ ରାଜରାସ୍ତା କୁ ଓହ୍ଲାଇଛନ୍ତି ପାଟଣାଗଡ ଜବାହରଲାଲ କଲେଜ ର ଛାତ୍ରଛାତ୍ରୀ ।

ଗତ 2 ତାରିଖ ଦିନ ପାଟଣାଗଡ ଜବାହରଲାଲ କଲେଜ ର ଯୁକ୍ତ 3 ର ଶେଷବର୍ଷ ର ଛାତ୍ରୀ ଶ୍ମିତା ପ୍ରିୟଦର୍ଶିନୀ ପଧାନ ଙ୍କୁ କଲେଜ ଫାଟକ ସମ୍ମୁଖ ରେ 407 ଗାଡି ଧକ୍କା ରେ ମୃତ୍ୟୁ ଘଟିଥିଲା । ଏ ଘଟଣା ରେ କଲେଜ ର ଛାତ୍ରଛାତ୍ରୀ ମୃତକ ଙ୍କ ପରିବାର ଙ୍କୁ 15 ଲକ୍ଷ ର କ୍ଷତିପୂରଣ , ସମସ୍ତ କଲେଜ ଏବଂ ସ୍କୁଲ ସମ୍ମୁଖ ରେ ହମ୍ପ୍ସ ନିର୍ମାଣ , କଲେଜ ପାଖ ମଦ ବିକ୍ରି ବନ୍ଦ ସହ ଅନେକ ଦାବୀ ଜଣାଇଥିଲେ । ଏ ବିଷୟ ରେ ପାଟଣାଗଡ ବିଧାୟକ, ତହସିଲଦାର ଏବଂ ଏସଡିପିଓ କଲେଜ ର ଆନ୍ଦୋଳନରତ ଛାତ୍ରଛାତ୍ରୀ ଙ୍କୁ ପ୍ରତିଶୃତି ଦେଇଥିଲେ ତେବେ କେବଳ ରେଡକ୍ରସ ରୁ 20 ହଜାର ଏବଂ ବିଧାୟକ ବ୍ୟକ୍ତିଗତ 10 ହଜାର ଟଙ୍କା ସାହାଯ୍ଯ କରିଥିଲେ ହେଲେ ଅନ୍ୟ ଦାବୀ ଗୁଡିକ ଆଜି ପର୍ଯ୍ୟନ୍ତ ସମାଧାନ ନ ହେବା ରୁ ଆଜି ପୁଣି ଆନ୍ଦୋଳନ ତେଜିଛି ।

ଆଜି ପୁଣି ଆନ୍ଦୋଳନ ଆରମ୍ଭ ସହ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଘେରାଉ ପାଇଁ ସଜବାଜ ହେଉଥିବା ସମୟ ରେ ପାଟଣାଗଡ ପୋଲିସ ଏବଂ ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ମୃତକ ଙ୍କ ନ୍ୟାୟ ଦାବୀ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଗିରଫ କରିବାକୁ ଚେତାବନୀ ଦେଇଥିଲେ ଯାହାଫଳ ରେ କିଛି ସମୟ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିଧାୟକ ସରୋଜ ମେହେର ଘଟଣା ଦିନ ନିଜ ବ୍ୟକ୍ତିଗତ ଭାବରେ 10 ହଜାର ଟଙ୍କା ଦେଇ ନିଜ ସୋସିଆଲ ମିଡିଆ ରେ ଭାଇରାଲ କରିଥିଲେ ଯାହାକୁ ଛାତ୍ରଛାତ୍ରୀ ଏହା ଏକ ହୀନ ରାଜନିତୀ ଏବଂ ବିଧାୟକ ଙ୍କ ମାନବିକତା ନାହିଁ ବୋଲି ଛାତ୍ରଛାତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।

ପରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ଆସି ପାଟଣାଗଡ ଉପଜିଲ୍ଲାପାଳ କୁ ଦାବୀପତ୍ର ପ୍ରଦାନ କରିଥିବା ବେଳେ ଦାବୀ ପୂରଣ ଅତିଶୀଘ୍ର ହେବ ବୋଲି ଉପଜିଲ୍ଲାପାଳ ପୁଣି ପ୍ରତିଶୃତି ଦେଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button