ରାଜ୍ୟ

ଓଏଏସ୍ ସ୍ତରରେ ଅଦଳ ବଦଳ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବରିଷ୍ଠ ଓଏଏସ୍ ସୁଦର୍ଶନ ପରିଡ଼ାଙ୍କ ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି । ଶ୍ରୀ ପରିଡ଼ା ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି କଟକସ୍ଥିତ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସର୍ଭେ ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଶା ୱାକଫ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ରାଜ୍ୟ ହଜ୍ କମିଟିର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦୁଇଟି ଅତିରିକ୍ତ ଦାୟିତ୍ୱରେ ରହିବେ ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଏସଆରସି ଭାବେ କାର୍ଯ୍ୟରତ ଲିପିକା ଦାସଙ୍କୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନଙ୍କ ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେହିପରି ଗଞ୍ଜାମ ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁଧାଂଶୁ କୁମାର ଭୋଇଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଓ ନୂଆପଡ଼ା ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତିଆଙ୍କୁ ନୂଆପଡ଼ାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।

ସେହିପରି ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁରଙ୍କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । କାଶୀନଗର ବିଡିଓ ଅନୁପ ପଣ୍ଡାଙ୍କୁ ବୌଦ୍ଧ ଉପଜିଲ୍ଲାପାଳ ଓ ଟେଷ୍ଟବୁକ୍ ପ୍ରଡକ୍ସନ ଆଣ୍ଡ ମାର୍କେଟିଂ ପର୍ସେନାଲ ଅଫିସର ଯୋଗେନ୍ଦ୍ର ମାଝୀଙ୍କୁ ନୂଆପଡ଼ା ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ପଶ୍ଚିମଓଡ଼ିଶା ବିକାଶ ପରିଷଦର ଓଏସଡି ରବୀନ୍ଦ୍ର କୁମାର ପଟେଲଙ୍କୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button