ରାଜ୍ୟ

ନଦୀରେ ପଡି ଯୁବକ ନିଖୋଜ – Ibnodisha

[ad_1]

କନ୍ଧମାଳ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ମୁଠାବାଲି ନିକଟସ୍ଥ ଖଡ୍ଗ ନଦୀ ପୋଲରୁ ଖସି ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ଜଣା ପଡିଛି l ସୂଚନା ପ୍ରକାରେ ଆଜି ସକାଳ ସମୟରେ କର୍ଣ୍ଣିବେଡ଼ା ଅଞ୍ଛଳର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନିକଟସ୍ଥ ମୁଠା ବାଲି ଖଡ୍ଗ ନଦୀ ଉପରେ ନୂତନ ଭାବେ ନିର୍ମିତ ପୋଲ ଉପର ଦେଇ ଯାଇଥିବା ବେଳେ କୌଣସି କାରଣ ବଶତଃ ଭାରସାମ୍ଯ ହରାଇ ପୋଲ ଉପରୁ ନଦୀ ଗର୍ଭକୁ ଖସି ପଡ଼ି ଥିଲେ l

ଘଟଣା ସମ୍ପର୍କରେ ଅଞ୍ଚଳ ବାସୀ ଖବର୍ ପାଇ ନିକଟସ୍ଥ ପୋଡେଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ l ଖବର ପାଇ କଣ୍ଟାମାଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତି ଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି l ହେଲେ ବର୍ତମାନ୍ ସୁଦ୍ଧା ନିଖୋଜ ବ୍ୟକ୍ତି ଙ୍କ କୌଣଷି ସନ୍ଧାନ ମିଳିପାରି ନାହିଁ l ଘଟଣା ତଦନ୍ତ ସମ୍ପୂର୍ଣ୍ଣ ହେବାପରେ l ଘଟଣାର ସତ୍ୟାସତ୍ୟ ସାମ୍ନା କୁ ଆସିବା l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button