ରାଜ୍ୟ

କମ୍ପାନୀରୁ ଗାଡି ଚୋରି କରି ଡ୍ରାଇଭର ଗିରଫ – Ibnodisha

[ad_1]

ଭୁବନେଶ୍ୱର: କମ୍ପାନୀରୁ ଗାଡି ଚୋରି କରିବା ଅଭିଯୋଗରେ ଖଣ୍ଡଗିରି ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ଅମରନାଥ ଘୋଷ । ପୁଲିସ ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତ ଜଣକ ଅଗ୍ରୱାଲ ଇନଫ୍ରାବିଲ୍ଡ ପ୍ରାଇଭେଟ ଲିମିଟେଡରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଗତ ୫ ଦିନ ପୂର୍ବେ ଅଭିଯୁକ୍ତ ଜଣକ ଉକ୍ତ କମ୍ପାନୀର ଏଚଆର ମ୍ୟାନେଜରଙ୍କୁ ସେ ଚଳାଉଥିବା ଗାଡିର ଚାବି ହଜିଯାଇଥିବା ନେଇ ସୂଚନା ଦେଇଥିଲେ ।

କିନ୍ତୁ ପ୍ରକୃତପକ୍ଷେ ଗତକାଲି ଅଭିଯୁକ୍ତ ଜଣକ ଉକ୍ତ ଗାଡିକୁ ସେଠାରୁ ଚୋରୀକରି ନେଇଯାଇଥିବା, କମ୍ପାନୀ କର୍ମଚାରୀ ମାନେ ଜାଣିବାକୁ ପାଇଥିଲେ । ଘଟଣାର ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ତାଙ୍କ ନିକଟରୁ ଉକ୍ତ ଚୋରୀ ଗାଡିଟିକୁ ଜବତ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button