ରାଜ୍ୟ

ଲକ୍ଷ୍ମୀ ପୂଜାରେ ବି ବାତ୍ୟା ମାଡ଼: ତୋରଣ ଖୋଲି କାଲି ସନ୍ଧ୍ୟା ସୁଦ୍ଧା ଭସାଣି ସାରିବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଲକ୍ଷ୍ମୀ ପୂଜାରେ ବି ବାତ୍ୟା ମାଡ଼। କାଲି ସୁଦ୍ଧା ତୋରଣ ଖୋଲିବାକୁ ପୂଜା କମିଟିକୁ ନିର୍ଦ୍ଦେଶ। ବାହାରୁ ଆସିଥିବା ବ୍ୟବସାୟୀଙ୍କୁ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ । କେନ୍ଦ୍ରାପଡ଼ା ଲକ୍ଷ୍ମୀ ପୂଜାରେ ସମ୍ଭାବ୍ୟ ବାତ୍ୟା ପ୍ରଭାବ। ଆଜି ତୋରଣ ଖୋଲି କାଲି ସନ୍ଧ୍ୟା ସୁଦ୍ଧା ଭସାଣି ସାରିବାକୁ ନିର୍ଦ୍ଦେଶ । ସମସ୍ତ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି । ସମୁଦ୍ରରେ ବଳ ଗୋଟାଇ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗ ମୁହାଁ ହେବ।

ଆସନ୍ତାକାଲି ଅର୍ଥାତ୍‌ ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସମୟରେ ଅସଲି ଖଡିରତ୍ନ ପଞ୍ଜିକାର ପୃଷ୍ଠା ଭାଇରାଲ ହେଉଛି।

ପଞ୍ଜିକାରେ ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ ରହିଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button