IBN ଓଡ଼ିଶା ବ୍ୟୁରୋ

ଦୀପାବଳିରେ ଆପଣାନ୍ତୁ ଏହି ଉପାୟ, ରହିବ ନାହିଁ ଧନର ଅଭାବ

ଆପଣଙ୍କର ଆର୍ଥିକ ସଙ୍କଟ ଲାଗି ରହୁଛି କି । ତେବେ ଦୀପାବଳି ରାତିରେ ଏହି ଉପାୟ ଆପଣାନ୍ତୁ ଯାହା ଆର୍ଥିକ ସଙ୍କଟରୁ ମୁକ୍ତି ଦେବ ।

2024 ମସିହାରେ ଦୀପାବଳି 31 ଅକ୍ଟୋବର 2024, ଗୁରୁବାର ଦିନ ପାଳନ କରାଯିବ । ଏହି ଦିନ, ଆପଣ ଆର୍ଥିକ ସଙ୍କଟ ଦୂର କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରି ଉପକୃତ ହୋଇପାରିବେ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ ।

ଦୀପାବଳିରେ ଏକ ଝାଡୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଝାଡ଼ୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରଶନ୍ନ ହୁଅନ୍ତି ।

ଦୀପାବଳି ଦିନ ହଳଦିଆ କଉଡି ଆଲମିରାରେ ରଖନ୍ତୁ । ହଳଦିଆ କଉଡିକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଏଥିପାଇଁ ଦୀପାବଳି ଦିନ ଧଳା କଉଡିକୁ ହଳଦୀ ପାଣିରେ ଧୋଇ । ଏକ ନାଲି କପଡ଼ାରେ ବାନ୍ଧି ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

ଦୀପାବଳି ଦିନ ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତି ବର୍ଷସାରା ଭଲ ରହିବ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ, ଅଶୋକା ଗଛର ଚେରକୁ ଗଙ୍ଗା ପାଣିରେ ଧୋଇ ଏହାକୁ ସୁରକ୍ଷିତ କିମ୍ବା ଅଲମିରାରେ ରଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button